ନୂଆଦିଲ୍ଲୀ, ୧୦।୬: ଦୁଇ ଦୁଇ ଥର ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବରାଜ ସିଂ (ଯୁବି)। ଅନେକ ଥର ମ୍ୟାଚ୍ ବିଜୟୀ ପାଳି ଖେଳିଥିବା ଏହି ଅଲରାଉଣ୍ଡର ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଆଶା ରଖିଥିଲେ। କିନ୍ତୁ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଣଦେଖା କରାଯାଇ ମହେନ୍ଦ୍ର ସିଂ ଧୋନୀଙ୍କୁ ଦିଆଯାଇଥିଲା ଅଧିନାୟକ ଭାର।
ଏକ ସାକ୍ଷାତ୍କାରରେ ଯୁବି କହିଛନ୍ତି, ୨୦୦୭ ଟି୨୦ ବିଶ୍ୱକପ୍ ଲାଗି ଅଧିନାୟକ ଭାବେ ଧୋନୀଙ୍କ ନାମ ଘୋଷଣା କରାଯିବା ପୂର୍ବରୁ ମୁଁ ଆଶା ରଖିଥିଲି।
”୫୦ ଓଭର ବିଶ୍ୱକପ୍ରେ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ଅଶାନ୍ତି ଦେଖାଦେଇଥିଲା। ବିଶ୍ୱକପ୍ ପରେ ୨ ମାସିଆ ଇଂଲଣ୍ଡ ଗସ୍ତ, ତା’ ପରେ ଦକ୍ଷିଣ ଆଫ୍ରିକା ଓ ଆୟର୍ଲାଣ୍ଡ ଗସ୍ତ କରିବାର ଥିଲା। ଟି୨୦ ବିଶ୍ୱକପ୍ ମଧ୍ୟ ରହିଥାଏ। ଏଥି ଲାଗି ଘର ଠାରୁ ୪ ମାସ ଦୂରେଇ ରହିବାର ଥିଲା। ଏଣୁ ଦଳର ସିନିୟର ଖେଳାଳିମାନେ ବିଶ୍ରାମ ନେବାକୁ ଚିନ୍ତା କରିଥିଲେ। ଆଉ ୨୦୦୭ ଟି୨୦ ବିଶ୍ୱକପ୍କୁ କେହି ଗମ୍ଭୀରତା ସହ ନେଇ ନ ଥିଲେ। ଏହି ବିଶ୍ୱକପ୍ରେ ମୁଁ ଅଧିନାୟକ ହେବି ବୋଲି ଆଶା ରଖିଥିଲି। କିନ୍ତୁ ଶେଷରେ ଅଧିନାୟକ ଭାବେ ଧୋନୀଙ୍କ ନାମ ଘୋଷଣା ହୋଇଥିଲା“ ବୋଲି ଯୁବରାଜ କହିଛନ୍ତି।
ଟି୨୦ ବିଶ୍ୱକପ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଯୁବି। ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇବା ସହ ଯୁବରାଜ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.