ଭାରତୀୟ କ୍ରିକେଟ୍ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ। ୨୦୦୭ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା। ତେବେ ଟି -୨୦ ବିଶ୍ୱକପ ଜିତିବାରେ ଯୁବରାଜଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ଯୁବରାଜ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍ରେ ୬ଟି ବଲରେ ୬ଟି ଛକା ମାରିଥିଲେ। ନିକଟରେ ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି, ୨୦୦୭ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକଦିବସୀୟ ବିଶ୍ୱକପ୍ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ପ୍ରଥମ ପର୍ଯ୍ୟାରୁ ବିଦାୟ ନେଇଥିଲା। ଫଳରେ ଭାରତୀୟ କ୍ରିକେଟରେ ବହୁ ଅସନ୍ତୋେ ଦେଖାଦେଇଥିଲା। ବିଶ୍ୱକପ୍ ପରେ ସିନିୟର୍ ଖେଳାଳିମାନେ ଦଳରୁ ବ୍ରେକ୍ ନେଇଥିଲେ। କାରଣ ସେମାନେ ଟି-୨୦ ବିଶ୍ୱକପ୍କୁ ସେତେଟା ଗମ୍ଭୀରତାର ସହ ନେଉ ନ ଥିଲେ। ସେ ସମୟରେ ବିଶ୍ୱକପ୍ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମୁଁ ଆଶା ରଖିଥିଲି। କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଦାୟିତ୍ୱ ମିଳିଥିଲ। ଏହାସତ୍ତ୍ୱେ ମୁଁ ନିରାଶ ନ ହୋଇ ମୋ ପ୍ରଦର୍ଶନ କରିଚାଲିଥିଲି ବୋଲି ସେ କହିଛନ୍ତି। ମୁଁ ସବୁବେଳେ ଧୋନୀଙ୍କୁ ସମର୍ଥନ କରୁଥିଲି। ୬ ଛକା ମାରିବା ପରେ ଧୋନୀ ବହୁତ୍ ଖୁସି ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.