Categories: ଖେଳ

ଭାରତ ହାତକୁ ଆସୁନି ଆଇସିସି ଟ୍ରଫି

ନୂଆଦିଲ୍ଲୀ,୨୩।୬: ଅନ୍ତିମ ଥର ୨୦୧୩ରେ ଟିମ୍‌ ଇଣ୍ଡିଆ ହାତେଇଥିଲା ଆଇସିସି ଟ୍ରଫି। ତା’ ପରଠୁ ଖେଳାଯାଇଥିବା ୪ଟି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫାଇନାଲ କିମ୍ବା ସେମିଫାଇନାଲରେ ଖେଳିଆସୁଛି। ହେଲେ ହାତକୁ ଆସୁନି ଆଇସିସି ଟ୍ରଫି। ୨୦୧୪ରେ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍‌ ଇଣ୍ଡିଆ। ତା’ର ପରବର୍ଷ ଭାରତୀୟ ଦଳ ଆଇସିସି ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚିଥିଲା। କିନ୍ତୁ ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ଶେଷ ହୋଇଥିଲା ଧୋନୀଙ୍କ ନେତୃତ୍ୱାଧୀନ ଦଳର ଅଭିଯାନ।

ଦୁଇ ବର୍ଷ ପରେ ବଦଳି ଥିଲେ ଭାରତୀୟ ଦଳର ଅଧିନାୟକ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ଧୂଳି ଚାଟିଥିଲା। ୨୦୧୯ ଆଇସିସି ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନକୁ ସେମିଫାଇନାଲରେ ବାଧା ଦେଇଥିଲା ନ୍ୟୁଜିଲାଣ୍ଡ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.