ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍ ରହିଛି। ତେଣୁ ଦିଲ୍ଲୀ ସରକାର ରାଜ୍ୟରେ ଅନ୍ଲକ୍ ଘୋଷଣା କରିଛନ୍ତି। ଲକ୍ଡାଉନ ପ୍ରତିବନ୍ଧକ ହଟାଯିବା ପରେ ଦିଲ୍ଲୀ ବଜାରରେ ଦେଖାଦେଇଥିବା ଭିଡ଼ ଓ ଲୋକଙ୍କ କରୋନା ନିୟମ ଉଲ୍ଲଂଘନକୁ ଦେଖି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋଭିଡ-୧୯ ପ୍ରୋଟୋକଲ୍ ଉଲ୍ଲଂଘନ, ସଂକ୍ରମଣର ତୃତୀୟ ଲହରର ସମ୍ଭାବନାକୁ ଆହୁରି ବଢ଼ାଇଦେବ। ଯାହାର ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। କୋଭିଡ ପ୍ରୋଟୋକଲ୍କୁ ଯଦି ଲୋକମାନେ ଏଭଳି ଉଲ୍ଲଂଘନ କରିବେ ତେବେ ଖୁବ୍ଶୀଘ୍ର ତୃତୀୟ ଲହର ଆସିବ ବୋଲି କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅନ୍ଲକ ପରେ ଦିଲ୍ଲୀ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ କେହି କୋଭିଡ ନିୟମ ପାଳନ କରୁ ନ ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ହାଇକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ଏକ ନୋଟିସ ଜାରି କରି ରିପୋର୍ଟ ତଲବ କରିଛନ୍ତି। ଏଥିସହ ସେ କହିଛନ୍ତି, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବା ଜରୁରୀ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.