ପାଲଲହଡ଼ାକୁ ଅଣଦେଖା

ପାଲଲହଡ଼ା,୧୩।୬(ଡି.ଏନ୍‌.ଏ.)  ଅନୁଗୋଳ ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ କରୋନା ସଂକ୍ରମିତଙ୍କ ଲାଗି ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହେଲେ ଏଥିରେ ପାଲଲହଡ଼ା ଉପଖଣ୍ଡକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଉପଖଣ୍ଡରେ ୯ ପେଟ୍ରୋଲ ପମ୍ପ ଥିବାବେଳେ ମାତ୍ର ଗୋଟିଏ ଫିଲିଂ ଷ୍ଟେଶନରେ ଏହି ସୁବିଧା ଉପଲବ୍ଧ। ଏଭଳି ପାତରଅନ୍ତର ନୀତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
କରୋନା ମହାମାରୀ ସମୟରେ ମେଡିକାଲ ବ୍ୟବହାରଯୋଗ୍ୟ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସମୟରେ ଅକ୍ସିଜେନ ଯୋଗାଣ ଲାଗି ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟର ଅନ୍ୟତମ କୋଭିଡ୍‌ ପ୍ରଭାବିତ ଅନୁଗୋଳ ଜିଲାରେ ତରଳ ଅମ୍ଳଜାନ ଅଭାବ ପୂରଣ କରିବା ଲାଗି ଜିଲା ପ୍ରଶାସନ ଏବଂ ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ ଅଣ୍ଟା ଭିଡ଼ିଛି। ଜିଲାର ପ୍ରତି ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ଜିଲାରେ ୨୭ ପେଟ୍ରୋଲ ପମ୍ପରେ ୫୦ ଅକ୍ସିଜେନ ସିଲିଣ୍ଡର ଏବଂ ୪ କନ୍‌ସନ୍‌ଟ୍ରେଟର ଉପଲବ୍ଧ ରହିଥିବା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ଲାଗି ସୂଚନା ଦିଆଯାଇଛି।
ତେବେ ପାଲଲହଡ଼ା ଉପଖଣ୍ଡର ୯ଟି ପେଟ୍ରୋଲ ପମ୍ପ ଥିଲେ ମଧ୍ୟ କେବଳ ଖମାର ଅଞ୍ଚଳର ସୌମ୍ୟପ୍ରକାଶ ପେଟ୍ରୋଲ ପମ୍ପକୁ ଏହି ସେବାରେ ସାମିଲ କରାଯାଇଛି। ଏହା ପାଲଲହଡ଼ାବାସୀଙ୍କ ପ୍ରତି ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ ଏବଂ ଜିଲା ପ୍ରଶାସନର ବୈମାତୃକ ମନୋଭାବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଉପଖଣ୍ଡରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ଅଙ୍କ ତଳକୁ ଖସୁନାହିଁ। ଗୁରୁତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଉପଖଣ୍ଡର ସମସ୍ତ ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ସେବା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି।

ପରିତାପର ବିଷୟ
ପ୍ରଶାସନ ଉଦ୍ୟମରେ ଜିଲାର ପେଟ୍ରୋଲ ପମ୍ପଗୁଡ଼ିକରେ ନିଃଶୁଳ୍କ ଅକ୍ସିଜେନ ସେବା ଆରମ୍ଭ ହୋଇଛି। ପାଲଲହଡ଼ା ସଦରରେ ୪ଟି ପେଟ୍ରୋଲ ପମ୍ପ ଥିବା ସତ୍ତ୍ୱେ କୌଣସି ଗୋଟିଏରେ ଏହି ସେବା ଉପଲବ୍ଧ ନ ହେବା ପରିତାପର ବିଷୟ।
-ଦିବ୍ୟକିଶୋର ଗଡ଼ନାୟକ, ସଭାପତି, ୟୁଥ୍‌ ଫର୍‌ ପାଲଲହଡ଼ା

ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ
ଜିଲାର ସମସ୍ତ ପେଟ୍ରୋଲ ପମ୍ପରେ ନିଃଶୁଳ୍କ ଅକ୍ସିଜେନ ବ୍ୟବସ୍ଥା କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପାଲଲହଡ଼ା ସଦର ବାସିନ୍ଦା ଏଥିରୁ ବଞ୍ଚତ୍ତ ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ।
-ଅଶୋକ ମହାନ୍ତି , ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଖୁବ୍‌ଶୀଘ୍ର ସବୁ ଫିଲିଂ ଷ୍ଟେଶନରେ ସେବା
ପ୍ରଥମ ପର୍ଯ୍ୟାୟରେ ଜିଲାର ୪୦ ପେଟ୍ରୋଲ ପମ୍ପରେ ମାଗଣା ଅକ୍ସିଜେନ ସୁବିଧା କରାଯାଇଛି। ପ୍ରଶାସନ ଏବଂ ପେଟ୍ରୋଲ ପମ୍ପ ମାଲିକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ସମସ୍ତ ଫିଲିଂ ଷ୍ଟେଶନରେ ଏହି ସେବା ଉପଲବ୍ଧ ହେବ।
-ବିଶ୍ୱଜିତ୍‌ ପଟ୍ଟନାୟକ, ସଭାପତି, ଜିଲା ପେଟ୍ରୋଲ ପମ୍ପ ମାଲିକ ସଂଘ

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.