ଛତ୍ରପୁର ଅଞ୍ଚଳରେ ବଢୁଛି ବେଆଇନ ଇଟା ଭାଟି

ଛତ୍ରପୁର,୧୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଛତ୍ରପୁର ତହସିଲ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଇଟା, ବାଲି, ମାଟି ବ୍ୟବସାୟ କାରବାର ବୃଦ୍ଧି ପାଉଛି। ସେହିପରି ପୋଟଲାମପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ୧ କି.ମି ଦୂରରେ ବହୁ ଦିନ ଧରି ବେଆଇନ ଭାବେ ଇଟାଭାଟି ଛତୁ ଫୁଟିଲା ପରି ବଢ଼ି ଚାଲିଛି। ସେଠାକାର ଅଞ୍ଚଳରେ ବେଆଇନ ଭାବେ ଚାଷଜମିର ମାଟି ତାଡି ନେଇଯାଉଛନ୍ତି। ଯାହାଫଳରେ ଜମିର ଉର୍ବରତା ହ୍ରାସ ପାଉଛି। ରାତି ଅଧରେ ଜେସିବି ମେଶିନ ଦ୍ବାରା ମାଟି ଖୋଲାଖୋଲି ଭାବରେ ତଡ଼ାଯାଉଛି।
ଅପରପକ୍ଷରେ ଛତ୍ରପୁର ତହସିଲ ପ୍ରଶାସନ ପ୍ରତିକ୍ରିୟାଶୀଳ ହୋଇ ବେଆଇନ ଭାବେ ଗଚ୍ଛିତ ମାଟି ଗଦାକୁ ଜବତ କରିବା ସହ ନାଲି ପତାକା ମାରିଥିବା ଦେଖିବାକୁ ମିଳିଛି। ସରକାରୀ ନିୟମ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରି ଜମି ମାଲିକମାନଙ୍କୁ କିଛି ପ୍ରଲୋଭନ ଦେଖାଇ ବେଆଇନ ମାଟି ଚାଲାଣ ବୃଦ୍ଧି ପାଉଛି। ଜମିର ୬ ଇଞ୍ଚ ଉର୍ବର ମାଟିକୁ ନେବା ପାଇଁ ମଧ୍ୟ କାହାକୁ ଅନୁମତି ନାହିଁ କି ଜମି ମାଲିକମାନଙ୍କର ମଧ୍ୟ ଇଞ୍ଚେ ମାଟି ବାହାର କରିବାର କ୍ଷମତା ନାହିଁ। ଲୋକେ କହିବା ପ୍ରକାରେ ସେହି ଅଞ୍ଚଳର ୨୦ ବର୍ଷ ପୂର୍ବେ ଜମି ବହୁତ ଉଚ୍ଚା ଥିଲା। କିନ୍ତୁ ବର୍ତ୍ତମାନ ପାଖାପାଖି ୪ ରୁ ୫ ଫୁଟ ଖାଲ ହୋଇଗଲାଣି। ଯାହା ଫଳରେ ଅଳ୍ପ ବନ୍ୟାରେ ଋଷିକୂଲ୍ୟା ନଦୀର ପାଣି ସହଜରେ ଚାଷଜମିରେ ମାଡ଼ି ଯାଉଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.