ଚଣ୍ଡିଖୋଲ,୨୧ା୬(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ଗତ କିଛିଦିନ ଧରି ମୋରମ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବେଆଇନ୍ ଭାବେ ଏହି ପାହାଡ଼କୁ ଖନନ କରି ବ୍ୟାପକ ମୋରମ ଓ ବୋଲ୍ଡ଼ର ଲୁଟ୍ କରୁଛନ୍ତି। ଅସିହା ପର୍ବତମାଳାର ଅଂଶ ବିଶେଷ ଭାବେ ଉକ୍ତ ପାହାଡ଼କୁ ଗ୍ରହଣ କରାଯାଇଥିଲା । ଜଙ୍ଗଲ ବିଭାଗ ତରଫରୁ ସେହି ପାହାଡ଼କୁ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରିବା ପାଇଁ ସେତେବେଳେ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ପ୍ରଶାସନ ସେ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏବେ କେତେଜଣ ବ୍ୟକ୍ତି ସେହି ପାହାଡ଼କୁ ନିଜ କବ୍ଜାକୁ ନେଇଥିବା ଅଭିଯୋଗ ହୋଇଛି ।
ମାଣ୍ଡୁକା ପାହାଡ଼ର ଶୀର୍ଷରେ ସତ୍ୟପୀର ପୂଜା ପାଉଛନ୍ତି। ଅପରପାର୍ଶ୍ୱରେ ମା’ନାହାକାଣୀ ମନ୍ଦିର ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କରିବା ପାଇଁ ସେହି ପାହାଡ଼କୁ ଚିହ୍ନଟ କରାଯିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। ଏହା ସହ ସେଠାରେ ବନ ବିଭାଗର ଏକ କାଜୁ ଜଙ୍ଗଲ ରହିଛି। ଏବେ ସେହି ପାହାଡ଼ ଅବସ୍ଥା ଦେଖିଲେ ପ୍ରତିଦିନ ଖନନ ଚାଲିଥିବା ସ୍ପଷ୍ଟ ହୋଇଛି । ଦୈନିକ ୨୦ରୁ ଊର୍ଦ୍ଧ୍ୱ ଟ୍ରକ ମୋରମ ସେହି ପାହାଡ଼ରୁ ଖନନ କରାଯାଇ ବେଆଇନ ଚାଲାଣ କରାଯାଉଛି । ଏମିତି ଆଉ କିଛିଦିନ ଚାଲିଲେ ପାହାଡ଼ଟି ଧ୍ୱଂସ ପାଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। କେବଳ ସେତିକି ନୁହେଁ ଏହାର ଚତୁଃପାର୍ଶ୍ୱ ବନୀକରଣ କରାଯାଇ ଜଙ୍ଗଲ ବିଭାଗ ତରଫରୁ ଯେଉଁ ବୃକ୍ଷରୋପଣ କରାଯାଇଥିଲା ତାହା ମଧ୍ୟ ଧ୍ୱଂସ ପାଇଲାଣି। ତୁରନ୍ତ ବେଆଇନ ଖନନ ବନ୍ଦ କରିବାକୁ ଦାବି ହୋଇଛି ।
ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ସଂପୃକ୍ତ ସ୍ଥାନରେ ଚଢାଉ କରାଯିବ ଏବଂ ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.