ରୟତି ଜମିରୁ ବେଆଇନ ଗଛକଟା

ସମ୍ବଲପୁର,୧୬ା୬(ବ୍ୟୁରୋ):ସମ୍ବଲପୁର ବନଖଣ୍ଡରେ ରୟତି ଜମିରୁ ବେଆଇନ ଭାବେ ଗଛକଟା ଚାଲିଛି। ଆବେଦନ କରିଥିବା ଜମିର ସାବିକ କିସମ ଓ ହାଲ୍‌ କିସମ ମେଳ ଖାଉ ନ ଥିଲେ ମଧ୍ୟ ବେଆଇନ ଭାବେ ଅନୁମତି ଦିଆଯାଉଛି। ସାବିକ ଓ ହାଲ୍‌ କିସମ ସମାନ ହେଲେ ବିଭିନ୍ନ ଦିଗକୁ ତର୍ଜମା କରି ଡିଏଫ୍‌ଓ ଗଛ କାଟିବାକୁ ଅନୁମତି ଦେବା ନିୟମ ରହିଛି। ହେଲେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ୪ବର୍ଷ ଭିତରେ ଏହି ବନଖଣ୍ଡରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି, ଯାହା ୧୦ ଲକ୍ଷ ସିଏଫ୍‌ଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅଭିଯୋଗ ହେଉଛି।
ମାଫିଆମାନେ ଗଛ କାଟିବା ପାଇଁ ପ୍ରଥମେ ରୟତି ଜମି ମାଲିକଙ୍କ ନାମରେ ଅନୁମତି ନେଉଛନ୍ତି। ପରେ ସେମାନେ ଅନୁମତି ପାଇଥିବା ଗଛ କାଟିବା ସହ ଜମି ନିକଟ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ କାଟି ନେଉଛନ୍ତି। ଏଥିରେ ପ୍ରାୟ ୧୦ କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହେଉଛି। ଏଭଳି ଲକ୍ଷାଧିକ ଗଛ ବିହାର, ଝାଡ଼ଖଣ୍ଡ, କଲିକତା, ଛତିଶଗଡ଼, ମଧ୍ୟପ୍ରଦେଶ ସମେତ ରାଉରକେଲା, ଭଦ୍ରକ, କଟକ, ଭୁବନେଶ୍ୱର, ଅନୁଗୋଳ ଆଦି ଜିଲାକୁ ଚୋରା ଚାଲାଣ ହେଉଛି। ଏଥିରେ ଝାଡ଼ଖଣ୍ଡ ଓ ରାଉରକେଲାର ମାଫିଆ ସମ୍ପୃକ୍ତ ରହିଥିବା ବେଳେ ଜିଲାର କେତେଜଣ ରାଜନେତା ମଧ୍ୟସ୍ଥ କାମ କରୁଛନ୍ତି। ଜମି ମାଲିକମାନଙ୍କଠାରୁ ସିଏଫ୍‌ଟି ୫୦ ଟଙ୍କାରେ କିଣୁଥିବା ବେଳେ ବଜାରରେ ୫ ଶହରୁ ୬ ଶହ ଟଙ୍କାରେ ବିକ୍ରି କରାଯାଉଛି। ପ୍ରାୟ ୧୦ ଗୁଣା ଲାଭ ମିଳୁଥିବାରୁ ମୋଟା ଅଙ୍କରେ ଭାଗବଣ୍ଟା ହେଉଛି। ବନ ବିଭାଗର କେତେଜଣ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରୁଛନ୍ତି। ଜମିମାଲିକଙ୍କ ନାମରେ ଅନୁମତି ପାଇଥିବା କେତେକ ଗଛର ଟ୍ରାନ୍‌ଜିଟ ପାସ୍‌ ତିଆରି କରି ଜଙ୍ଗଲରୁ ଗଛ କାଟି ବିକ୍ରି କରାଯାଉଛି। ଏ ନେଇ ବନ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଗଛ କାଟିବା ପୂର୍ବରୁ ରାଜସ୍ବ ଓ ବନ ବିଭାଗ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଗଛର ମୋଟେଇ, କେତେ ଦୂରତାରେ ଗଛ ରହିଛି, ଜମିର କିସମ ଓ ପରିମାଣ ଆଦି ଯାଞ୍ଚ ହୋଇଥାଏ। ସ୍ଥାନୀୟ ତହସିଲ ପକ୍ଷରୁ ମଧ୍ୟ ରିପୋର୍ଟ ଦିଆଯାଇଥାଏ। ହେଲେ ତହସିଲ କର୍ତ୍ତୃପକ୍ଷ ରିପୋର୍ଟ ଦେବାରେ ଚଞ୍ଚକତା କରୁଛନ୍ତି। ରିପୋର୍ଟ ମିଳିବା ପରେ ଗଛ କାଟିବା ପାଇଁ ଅନୁମତି ଦିଆଯାଏ। ଗଛ କାଟିବା ପରେ ବନ ବିଭାଗର ଜଣେ ରେଞ୍ଜର କିମ୍ବା ଏସିଏଫ୍‌ ସ୍ତରର ଅଧିକାରୀ ଗଛର ମାପଚୁପ କରନ୍ତି। ପରେ ଜମି ମାଲିକ କାଟିଥିବା ଗଛ ନେଇପାରିବେ। ଯଦି ଗଛ ବିକ୍ରି କରାଯିବ ତା’ହେଲେ ବନ ବିଭାଗ ଉପସ୍ଥିତିରେ ଗାଡିରେ ଲୋଡ୍‌ ହେବ ଓ ଟ୍ରାନ୍‌ଜିଟ ପାସ୍‌ ତିଆରି ହୋଇଥାଏ। ହେଲେ ଏସବୁ ନିୟମକୁ ଅଣଦେଖା କରାଯାଉଛି।
ସୂଚନା ଅନୁସାରେ ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜରେ ଅଧିକ ଗଛ କଟାଯାଇଛି। ସଦର, ଧମା, ରେଙ୍ଗାଲି ରେଞ୍ଜରେ ଥିବା ଜଙ୍ଗଲକୁ ଏବେ ବନ ବିଭାଗ ସହ ମିଶି ମାଫିଆମାନେ ପଦା କରିବାରେ ଲାଗିଛନ୍ତି। ରାସ୍ତା କଡ଼ରେ କେତେକ ବଡ଼ ବଡ଼ ଗଛ ଦେଖିବାକୁ ମିଳୁଛି, ହେଲେ ଜଙ୍ଗଲ ଭିତରେ ମୂଲ୍ୟବାନ ଗଛ ନାହିଁ। ଏପଟେ ବନ ବିଭାଗ ବନୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷ ରୋପଣ କରୁଛି। ଅନ୍ୟପଟେ ମୋଟା ଅଙ୍କର ହାତଗୁଞ୍ଜା ନେଇ ମାଫିଆମାନଙ୍କୁ ସହାୟତା କରୁଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ସଞ୍ଜିତ କୁମାର କହିଛନ୍ତି, ଜମି ମାଲିକମାନେ ବିଭିନ୍ନ ସମସ୍ୟା ଦେଖାଇ ଗଛ କାଟିବାକୁ ଅନୁମତି ଦେବାକୁ ଆବେଦନ କରୁଛନ୍ତି। ସ୍ଥାନୀୟ ତହସିଲ ଓ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ ହେଉଛି। ପରେ ଅନୁମତି ଦିଆଯାଉଛି। ଗଛ କାଟିବା ପାଇଁ ଅନୁମତି ଦେବା ଆଇନରେ ରହିଛି। ହେଲେ କେତେକ ସ୍ଥାନରେ ଦଲାଲମାନେ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଜମି ମାଲିକମାନେ ଅଭିଯୋଗ କଲେ ଅନୁମତି ବାତିିଲ କରାଯିବ ବୋଲି ସେ କହିଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.