ଚିଲିକାରେ ୧୦୬ ପ୍ରଜାତିର ୪୮,୭୨୮ ପକ୍ଷୀ

ବାଲୁଗଁା,୨ା୬(ଡି.ଏନ୍‌.ଏ.):ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ନୀଳାମ୍ବୁ ଚିଲିକାରେ ଏବେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀ ଅବସ୍ଥାନ କରିଛନ୍ତି। ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଥିବା ଗ୍ରୀଷ୍ମକାଳୀନ ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।
ପ୍ରକାଶ ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ବାଲୁଗଁା ବନ୍ୟପ୍ରାଣୀ ଡିଭିଜନ ଅଧୀନ ୫ଟି ରେଞ୍ଜ ଅଞ୍ଚଳରେ ଏହି ଗ୍ରୀଷ୍ମକାଳୀନ ପକ୍ଷୀଗଣନା ଗତ ୨୫ ତାରିଖରେ ଆରମ୍ଭ ହୋଇଥିଲା। ବାଲୁଗଁା, ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ରେଞ୍ଜର ସମସ୍ତ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ଗଣନାର ୬ଦିନ ପରେ ଅର୍ଥାତ୍‌ ମଙ୍ଗଳବାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ଚିଲିକାରେ ୧୦୬ ପ୍ରଜାତିର ୪୮ହଜାର ୭୨୮ଟି ପକ୍ଷୀଙ୍କ ସମାଗମ ହୋଇଛି। ସେଥିରୁ ବିଦେଶାଗତ ୩୭,୭୫୬ ଥିବା ବେଳେ ସ୍ଥାନୀୟ ୧୦,୯୭୨ଟି ପକ୍ଷୀ ରହିଛନ୍ତି। ସର୍ବାଧିକ ସଂଖ୍ୟାରେ ଲିଟିଲ କମୋରାଣ୍ଟ ୪୭୬୨, ଏସିଆନ୍‌ ଓପୋନ୍‌ ବିଲ୍‌ ଷ୍ଟର୍କ(ଗେଣ୍ଡାଳିଆ) ୪୬୮୧ ବିଦେଶାଗତ ପକ୍ଷୀ ଥିବା ବେଳେ ସ୍ଥାନୀୟ ପାଣିକୁଆ ପ୍ରଜାତିର ଲିଟିଲ ଇଗ୍ରେଟ ୪୨୨୦, କାଫଟେଲ ଇଗ୍ରେଟ୍‌ ୩୧୦୩ ଏବଂ ହାଉସ୍‌ କ୍ରୋ ୨୮୬୩ଟି ଦୃଷ୍ଟିଗୋଚର ହୋଇଛି। ୫ଟି ରେଞ୍ଜ ମଧ୍ୟରୁ ବାଲୁଗଁା ରେଞ୍ଜ ତଥା ନଳବଣ ଅଞ୍ଚଳରେ ୧୫୯୦୮, ଟାଙ୍ଗୀ ରେଞ୍ଜ ତଥା ଭୂଷଣ୍ଡପୁର ଓ ମଙ୍ଗଳାଯୋଡି ଚିଲିକା ଅଞ୍ଚଳରେ ୧୫୨୦୦, ଚିଲିକା ରେଞ୍ଜ ତଥା ନୂଆପଡ଼ା ଓ କୃଷ୍ଣପ୍ରସାଦ ଅଞ୍ଚଳରେ ୧୧୪୯୬, ସାତପଡ଼ା ରେଞ୍ଜରେ ୪୦୮୨ ଏବଂ ରମ୍ଭା ରେଞ୍ଜରେ ସର୍ବନିମ୍ନ ୨୦୪୨ଟି ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାପଡ଼ିଛି। ତେବେ ଚିଲିକାକୁ ଆକର୍ଷଣୀୟ କରୁଥିବା ଫ୍ଲେମିଙ୍ଗୋ ୬୦ଟି ଏବଂ ପେଲିକାନ୍‌ ୧୫୦ଟି ଦୃଷ୍ଟିଗୋଚର ହୋଇଛନ୍ତି। ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ୬୦ ପ୍ରଜାତିର ୭୫୧୬ଟି ବିଦେଶୀ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ୨୫ତାରିଖ ଭୋର ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ପ୍ରତ୍ୟେକ ଗ୍ରୁପକୁ ଗୋଟିଏ ଲେଖାଏ ଡଙ୍ଗା, ବାଇନାକୁଲାର, ଓ୍ବାକିଟକି, ଜିପିଏସ୍‌ ଆଦି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା। ଶୀତଦିନେ ସୁଦୂର ବରଫାବୃତ ରାଷ୍ଟ୍ରାଞ୍ଚଳରେ ହିମ ବୃଷ୍ଟି ଯୋଗୁ ଅସହ୍ୟ ଶୀତରୁ ରକ୍ଷା ପାଇବା ଏବଂ ଉପଯୁକ୍ତ ଖାଦ୍ୟ, ବାସସ୍ଥାନ ଅନ୍ବେଷଣରେ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଦୂର ଅତିକ୍ରମ କରି ଚିଲିକାରେ ଆସି ଅବସ୍ଥାନ କରିଥାଆନ୍ତି। ବର୍ଷାଦିନେ ଜନ୍ମନେଇଥିବା ଛୋଟ ଛୋଟ ମାଛ ଏବଂ ତୃଣ ଜାତୀୟ ଉଦ୍ଭିଦ ଏମାନଙ୍କର ମୁଖ୍ୟ ଆହାର ପାଲଟିଥାଏ। ମାର୍ଚ୍ଚ ପହିଲାକୁ ଗ୍ରୀଷ୍ମ ଛୁଇଁବା ମାତ୍ରେ ଏହି ପକ୍ଷୀମାନେ ପୁନର୍ବାର ନିଜ ଭିଟାମାଟିକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତ। ତେବେ କେତେକ ପ୍ରଜାତିର ପକ୍ଷୀ ସ୍ବବାସସ୍ଥାନକୁ ନ ଫେରି ଚିଲିକାକୁ ଆଦରି ଏଠାରେ ରହିଥାଆନ୍ତି। ପ୍ରତିବର୍ଷ ମେ’ ମାସରେ ଏହି ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ ବାଲୁଗଁା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଗଣନା କରାଯାଇଥାଏ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.