ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ବଡ଼ ପରାମର୍ଶ ଦେଇଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ମ୍ୟାଚ୍ବେଳେ ବର୍ଷା ହେବାର ସମ୍ଭାବନା ଅଛି। ଏହାସତ୍ତ୍ୱେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଭାରତୀୟ ଦଳ ପାଇଁ ଉଚିତ ହେବ।
ରେକର୍ଡ ବୁକକୁ ଦେଖିଲେ ଜଣାପଡ଼ୁଛି, ବିଦେଶରେ ପ୍ରଥମେ ବ୍ୟାଟିଂ କଲେ ଭାରତ ସର୍ବଦା ମ୍ୟାଚ୍ ଜିତେ। ବିପରିତ ପରିସ୍ଥିତିରେ ଚାପର ସମ୍ମୁଖୀନ ହେବା ନା ଚତୁର୍ଥ ଇନିଂସକୁ ଅପେକ୍ଷା କରିବା। ଗୋଟିଏ ବିକଳ୍ପ ବାଛିବାକୁ ପଡ଼ିବ ବୋଲି ଗାଙ୍ଗୁଲି ଏକ ସାକ୍ଷାତ୍କାରରେ କହିଛନ୍ତି।
୨୦୦୨ରେ ଲିଡ୍ସ କିମ୍ବା ୨୦୧୮ ସାଉଥ ଆଫ୍ରିକା ମ୍ୟାଚ୍ ଦେଖନ୍ତୁ। ବୋଲରଙ୍କୁ ସୁହାଉଥିବା ପିଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଚାପର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋର୍ଡରେ ରନ ଲାଗିବା ପରେ ମ୍ୟାଚ୍କୁ ଜିତିବାରେ ସଫଳ ହୋଇଥିଲା ଭାରତ। ଏପରି କି ମାର୍କ ଟେଲର ଓ ଷ୍ଟିଭ ଓ୍ବ’ଙ୍କ ଅଷ୍ଟ୍ରେଲିଆ ଦଳ ମଧ୍ୟ ପେସରଙ୍କୁ ସୁହାଉଥିବା ପିଚ୍ରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରୁ ନ ଥିଲା। ଯଦି ପିଚ୍ ଓଦା ଥାଇ, ତେବେ ଫିଲ୍ଡିଂ ବାଛୁଥିଲେ। ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟ୍ରଫି ହାତେଇବା ସହଜ ହେବ ନାହିଁ। କାରଣ ସାମ୍ନାରେ ଅଛି ଗତ ୩୦-୩୫ ବର୍ଷର ଶ୍ରେଷ୍ଠ ନ୍ୟୁଜିଲାଣ୍ଡ ଦଳ। ଏହି ଦଳ ଇଂଲଣ୍ଡକୁ ତା’ ଘରେ ହରାଇଛି। ଏଣୁ ଦଳର ଆତ୍ମବିଶ୍ୱାସ ଖୁବ୍ ଉପରେ ରହିଛି ବୋଲି ଗାଙ୍ଗୁଲି କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.