ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ମଧ୍ୟସ୍ତି। ମୃତକ ହେଲେ ଉକ୍ତ ଗାଁର ଦୈତାରୀ ପାତ୍ର। ହତ୍ୟା ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆନନ୍ଦ ଜେନା, ଭାଗିରଥି ଜେନା, ସୁଶାନ୍ତ ଜେନା ଓ ଗୋପୀନାଥ ଜେନା। ଗିରଫ ଭୟରେ ଆନନ୍ଦଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟ ଫେରାର ହୋଇଯାଇଛନ୍ତି। ଆକ୍ରମଣରେ ବ୍ୟବହୃତ ଏକ ଖଣ୍ଡାକୁ ପୋଲିସ ଜବତ କରିଛି। ବିଳମ୍ବରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଯୋଗ୍ୟ, ଗତ ୧୫ ତାରିଖରେ ଆନନ୍ଦଙ୍କ ପାରିବାରିକ କଳହ ଲାଗିଥିଲା। ତାଙ୍କ ସ୍ତ୍ରୀ ଏହାର ସମାଧାନ ଲାଗି ଦୈତାରୀଙ୍କୁ ଡାକିଥିଲେ। ଏହି ସମୟରେ ଦୈତାରିଙ୍କୁ ଆନନ୍ଦଙ୍କ ସମେତ ତାଙ୍କ ପରିବାରର ସଦସ୍ୟ ଆକ୍ରମଣ କରିଥିଲେ l ଏପରିକି ଦୈତାରିଙ୍କ ଭାଇ ଭାଉଜ ମଧ୍ୟ ଆକ୍ରମଣରୁ ବର୍ତ୍ତି ନ ଥିଲେ। ଆକ୍ରମଣରେ ଗୁରୁତର ଦୈତାରୀଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଦୈତାରିଙ୍କ ବାପା ଦୁର୍ଯ୍ୟୋଧନଙ୍କ ଅଭିଯୋଗ କ୍ରମେ ୯ଜଣଙ୍କ ନାମରେ ନନ୍ଦିପଦା ଥାନାରେ ମାମଲା (ନଂ ୮୮/୨୦୨୧) ରୁଜୁ ହୋଇଥିଲା। ଶନିବାର ଦୈତାରିଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଥିବାରୁ ଗ୍ରାମରେ ଶାନ୍ତି ଫେରାଇବା ପାଇଁ ଏକ ବୈଠକ ବସିଥିଲା। ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.