Categories: ଖେଳ

ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ୍‌, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍‌ ଟେନିସ୍‌ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ରାଉଣ୍ଡରେ ଏହି ଯୋଡ଼ି ଜର୍ଜିଆର ନିକୋଲୋଜ୍‌ ବାସିଲାସ୍‌ଭିଲି ଓ ଜର୍ମାନୀର ଆନ୍ଦ୍ରେ ବେଜିମାନଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଥିଲେ। ଟୁର୍ନାମେଣ୍ଟ ଓପନରରେ ଇଣ୍ଡୋ-କ୍ରୋଟ୍‌ ଯୋଡ଼ି ବିପକ୍ଷ ଯୋଡ଼ିଙ୍କୁ ଏକ ଘଣ୍ଟା ଏକ ମିନିଟ ଏବଂ ୬-୪, ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ବୋପାନ୍ନା ଓ ସ୍କୁଗୋର ପ୍ରଥମ ସେଟ୍‌ରେ ଥରେ ଏବଂ ଦ୍ୱିତୀୟ ସେଟ୍‌ରେ ଦୁଇଥର ବ୍ରେକ୍‌ ଦେଇଥିଲେ। ବୋପାନ୍ନା ଓ ସ୍କୁଗାର ପରବର୍ତ୍ତୀ ରାଉଣ୍ଡରେ ଆମେରିକୀୟ ଯୋଡ଼ି ନିକୋଲାସ ମନରୋ ଏବଂ ଫ୍ରାନ୍‌ସେସ୍‌ ଟିଆଫୋ ଏବଂ ୮ମ ସିଡ୍‌ ବ୍ରାଜିଲର ମାର୍ସେଲୋ ମେଲୋ ଏବଂ ପୋଲାଣ୍ଡର ଲୁକାଜ କୁବୋଟଙ୍କ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ରାଉଣ୍ଡ ମ୍ୟାଚର ବିଜେତାଙ୍କୁ ଭେଟିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.