ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ

ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍‌ରେ ପ୍ରାୟ ୪୦ ଲକ୍ଷ ଭାରତୀୟ ରହିଛନ୍ତି। ଶିକ୍ଷା, ପେସା ଓ ଆର୍ଥତ୍କ ଦୃଷ୍ଟିରୁ ସେମାନେ ବେଶ୍‌ ସଫଳ ହୋଇଥିଲେ ମଧ୍ୟ ବୈଷମ୍ୟରୁ ବାଦ୍‌ ପଡ଼ିନାହାନ୍ତି। ଏପରିକି ସେଠାରେ ଅଧିକାଂଶ ଭାରତୀୟ ଧର୍ମ ଓ ଜାତି ବଦଳାଇବା ସତ୍ତ୍ୱେ ପକ୍ଷପାତରୁ ମୁକ୍ତ ହୋଇପାରି ନାହାନ୍ତି।
ବୁଧବାର ପ୍ରକାଶିତ ୨୦୨୦ ଇଣ୍ଡିଆନ-ଆମେରିକାନ ଆଟିଚ୍ୟୁଡ୍ସ ସର୍ଭେ ଅନୁଯାୟୀ ପ୍ରତି ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ ଜଣେ ଗତ ଏକ ବର୍ଷ ହେଲା ଏଭଳି ବୈଷମ୍ୟର ଶିକାର ହୋଇଛନ୍ତି। ଭେଦଭାବର ମୁଖ୍ୟ କାରଣ ସେମାନଙ୍କର ରଙ୍ଗ ବୋଲି କୁହାଯାଇଛି। ଆଶ୍ଚର୍ଯ୍ୟର କଥା ହେଲା ଆମେରିକାରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ବାହାରେ ଜନ୍ମିତଙ୍କ ଅପେକ୍ଷା ଅଧିକ ପାତରଅନ୍ତରର ସମ୍ମୁଖୀନ ହେଉଛନ୍ତି। ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍‌ ପେନ୍‌ସିଲଭାନିଆ ଏବଂ କାର୍ନେଜି ଏଣ୍ଡାଓମେଣ୍ଟ ମିଳିତ ଭାବେ ଏହି ସର୍ଭେ କରିଥିଲେ। ଗତବର୍ଷ ସେପ୍ଟେମ୍ବରରେ ୧୨୦୦ ଭାରତୀୟ ବଂଶୋଦ୍ଭବଙ୍କଠାରୁ ଅନ୍‌ଲାଇନରେ ମତାମତ ସଂଗ୍ରହ କରାଯାଇଥିଲା। ରଙ୍ଗକୁ ନେଇ ଭେଦଭାବର ସମ୍ମୁଖୀନ ହେଉଥିବା ୩୦ ପ୍ରତିଶତ ମତ ଦେଇଥିବାବେଳେ ଧର୍ମ ଓ ଲିଙ୍ଗକୁ ନେଇ ବୈଷମ୍ୟର ସାମ୍‌ନା କରୁଥିବା ୧୮ ପ୍ରତିଶତ ଲେଖାଏ କହିଛନ୍ତି। ଭାରତୀୟ ମୂଳ ବାସିନ୍ଦାଙ୍କ ପ୍ରତି ଏଭଳି ପାତରଅନ୍ତର ଏକ ବଡ଼ ସମସ୍ୟା ବୋଲି ୩୧ ପ୍ରତିଶତ କହିଥିବାବେଳେ ୫୧ ପ୍ରତିଶତ ଏହାକୁ ଛୋଟ ସମସ୍ୟା କହିଛନ୍ତି। ଏପରିକି ଏହା କୌଣସି ସମସ୍ୟା ନୁହେଁ ବୋଲି ୧୭ ପ୍ରତିଶତ କହିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଆମେରିକାରେ ରହୁଥିବା ଅନ୍ୟ ଏସୀୟ ସମ୍ପ୍ରଦାୟ ଭାରତୀୟଙ୍କ ତୁଳନାରେ ଅଧିକ ବୈଷମ୍ୟର ଶିକାର ହେଉଥିବା ୭୩ ପ୍ରତିଶତଙ୍କ ବିଶ୍ୱାସ ରହିଛି। ଏପରିକି ସେଠାରେ ଥିବା ଦକ୍ଷିଣ ଆମେରିକୀୟ, ଏଲ୍‌ଜିବିଟିକ୍ୟୁ ଆମେରିକୀୟ ଏବଂ ଆଫ୍ରିକୀୟମାନେ ଅଧିକ ବୈଷମ୍ୟର ଶିକାର ହେଉଥିବା ଅଧିକାଂଶ ମତବ୍ୟକ୍ତ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.