ଅଭାବ ସମୟରେ ବସ୍ତିବାସିନ୍ଦା, ଦିନମଜୁରିଆ, ଟ୍ୟାକ୍ସିଚାଳକ ଏବଂ ଗୃହହୀନମାନେ ଦିନକର ରୋଜଗାର ବନ୍ଦ କରିବାକୁ ଚାହଁୁ ନ ଥିବାରୁ କୋଭିଡ୍ ଟିକାକରଣରେ ବେଶି ସାମିଲ ହୋଇପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି ବେଙ୍ଗାଲୁରୁର ଡ. ଶ୍ୱେତା ଅଗ୍ରଓ୍ବାଲ ‘ମାଇଁ ଭ୍ୟାକ୍’ ଷ୍ଟାର୍ଟଅପ୍ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଏମାନଙ୍କୁ ମାଗଣାରେ କୋଭିଡ୍ ଟିକା ଦେଉଛନ୍ତି। ଏଥିରେ ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ସହଯୋଗ କରୁଛି। ଡିସେମ୍ବର ୨୦୨୦ରେ ଡ. ଅଗ୍ରଓ୍ବାଲ ତାଙ୍କର ଦୁଇ ବନ୍ଧୁଙ୍କ ସହ ମାଇଁ ଭ୍ୟାକ୍ ଷ୍ଟାର୍ଟଅପ୍ ଆରମ୍ଭ କରି ଘରେ ବୟସ୍କ ଏବଂ ପିଲାମାନଙ୍କୁ ପୋଲିଓ, ହେପାଟାଇଟିସ୍- ଏ ଆଣ୍ଡ୍ ବି ଏବଂ ଫ୍ଲୁ ଭାଇରସ୍ ଆଦି ଟିକା ଦେବା ଆରମ୍ଭ କରିବା ପରେ ଏବେ ଏହା ମାଧ୍ୟମରେ କୋଭିଡ୍ ଟିକାକରଣ ଅଭିଯାନ ଚଳାଇଛନ୍ତି। ଏଥିପାଇଁ ନର୍ସ, ଡାକ୍ତର ଏବଂ ଟେକ୍ନିସିଆନଙ୍କ ସମେତ ୧୦୦ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବେଙ୍ଗାଲୁରୁ ବ୍ୟତୀତ ଟିକାକରଣ ଅଭିଯାନକୁ ମୁମ୍ବାଇ ଏବଂ ପୁଣେକୁ ସମ୍ପ୍ରସାରଣ କରାଯାଇଛି ଓ ୩ଟି ସହରରେ ୪୦ଟି କ୍ୟାମ୍ପ ଆୟୋଜନ କରାଯାଇ ଏବେ ସୁଦ୍ଧା ୬,୦୦୦ ଲୋକଙ୍କୁ ମାଗଣାରେ ଟିିକା ଦିଆଯାଇଛି। ଅଧିକ ଟିକା ଉପଲବ୍ଧ ହେଲେ ଦୈନିକ ୩୦୦୦ ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଛି ଓ ହାଇଦ୍ରାବାଦ ଏବଂ ଚେନ୍ନାଇରେଏହି ଅଭିଯାନକୁ ଆରମ୍ଭ କରାଯିବାର ଯୋଜନା କରାଯାଇଛି ବୋଲି କୁହନ୍ତି ଡ. ଅଗ୍ରଓ୍ବାଲ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.