କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନର ଏକ ଆଣବିକ ଶକ୍ତି କେନ୍ଦ୍ରରେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ। ୨୦୧୦ରେ ତାହାକୁ ଛାଡ଼ି ତାଙ୍କ ଗାଁ ମୀନାକ୍ଷିପୁରମ୍କୁ ଫେରି ଆସିଥିଲେ। କେରଳ ଓ ତାମିଲନାଡୁ ସୀମାରେ ଥିବା ଏହି ଗାଁରେ ଏବେ ଶିବଗଣେଶ ୬ ଏକର ଜମିରେ ଜୈବିକ ଚାଷ ଆରମ୍ଭ କରୁଛନ୍ତି। ସେ ମୁଖ୍ୟତଃ ଆମ୍ବ ଓ ଜାଇଫଳ ଉତ୍ପାଦନ କରିବା ସହ ୧୬୦୦ ନଡ଼ିଆ ଗଛ ଲଗାଇଛନ୍ତି। ହଳଦୀ, ଗୋଲମରିଚ, ଗୁଆ ଓ ନଡ଼ିଆ ଚାଷ ମଧ୍ୟ କରୁଛନ୍ତି। ମୋଟରେ ସେ ବର୍ଷକୁ ପାଖାପାଖିତ୍ ୧୩ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ଏଥିପାଇଁ ତାଙ୍କୁ ରାଜ୍ୟ ସରକାର କେରା କେଶରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶିବଗଣେଶ ସିଞ୍ଚନ ପଦ୍ଧତିରେ ଜଳସେଚନ କରିବା ସହ ଏହା ମାଧ୍ୟମରେ ଜୈବିକ ସାର ପ୍ରୟୋଗ( ଫର୍ଟିଗେସନ) କରୁଛନ୍ତି। ସେ ତାଙ୍କ ଫାର୍ମରେ ବର୍ଷାଜଳ ସଂରକ୍ଷଣ କରି ଦୁଇଟି ପୋଖରୀ ନିର୍ମାଣ କରି ସେଥିତ୍ରେ ମାଛ ଚାଷ ମଧ୍ୟ କରୁଛନ୍ତି ଓ ଫାର୍ମରେ ଥିବା ନର୍ସରିରେ ଆମ୍ବ ଓ ଜାଇଫଳ ଚାରା ବିକ୍ରି କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.