ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ ଉପ ବନ ସଂରକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। କାସୋଲ ଠାରୁ ୪୦ କି.ମି. ଦୂର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାର୍ବତୀ ଭ୍ୟାଲିରେ ବର୍ଜ୍ୟ ଠୁଳ ହେଉଥିତ୍ବା ୨.୫ ଏକର ଜାଗାକୁ ସଫା କରି ସେଠାରେ ଏ୍ୟଶ୍ୱର୍ଯ୍ୟା ୪୦୦ ପ୍ରଜାତିର ଦେଶୀ ଗଛ ଲଗାଇ ତାହାକୁ ଏକ ସବୁଜ ଅଞ୍ଚଳ କରିପାରିଛନ୍ତି। ଏହି ଅଞ୍ଚଳଟି ଏବେ ବହୁ ପ୍ରଜାତିର ହିମାଲୟାନ ପକ୍ଷୀଙ୍କର ବାସସ୍ଥଳୀ ପାଲଟିଛି। ହିମାଚଳପ୍ରଦେଶ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ସରକାର ସ୍ବର୍ଣ୍ଣିମ ବାଟିକା ଅଭିଯାନ ଘୋଷଣା କରାଯିବା ପରେ ଏ୍ୟଶ୍ୱର୍ଯ୍ୟା ସେଥିରୁ ପାଣ୍ଠି ଯୋଗାଡ଼ କରି ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି। ଅଳିଆଗଦାରୁ ଜୈବିକ ବର୍ଜ୍ୟ ସଂଗ୍ରହ କରି ସେଥିରୁ ଜିଆଖତ ପ୍ରସ୍ତୁତ କରିବା ସହ ଅନ୍ୟ ବର୍ଜ୍ୟଗୁଡ଼ିକୁ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ରକୁ ପଠାଇଛନ୍ତି। ଏବେ ଭ୍ୟାଲିରୁ ଯେଉଁ ବର୍ଜ୍ୟ ସଂଗ୍ରହ କରାଯାଉଛି, ତାହାକୁ ଏହି ଉପାୟରେ ବିନିଯୋଗ କରିବା ଦ୍ୱାରା ବର୍ଜ୍ୟ ଆଉ କୌଣସି ସ୍ଥାନରେ ଗଦାହୋଇ ରହୁନାହିଁ। କହିବାକୁ ଗଲେ ସମ୍ପୂର୍ଣ୍ଣ ଭ୍ୟାଲି ପ୍ରଦୂଷଣ ମୁକ୍ତ ହୋଇଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.