”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର। କାରଣ ଆମ ପାଖରେ ଆଉ ଗୋଟିଏ ପୃଥିବୀ ନାହିଁ“- ଏ ହେଉଛି କ୍ରିଷ୍ଣକୁମାରଙ୍କ ମନର କଥା। କଲେଜ ବେଳୁ ୬ ଜଣ ସାଥୀଙ୍କୁ ନେଇ ସବୁଜ ପରିବେଶ ସୃଷ୍ଟି କରିବାର ନେଇଥିବା ସଂକଳ୍ପକୁ ଏବେ ସାକାର କରିଛନ୍ତି କ୍ରିଷ୍ଣକୁମାର ଏସ୍। ସେ ରହୁଛନ୍ତି ଚେନ୍ନାଇରେ। ସେ ଏବେ ସୁଦ୍ଧା ସହର ବା ତା’ ଆଖପାଖ ଅଞ୍ଚଳରେ ୨୫ଟି ମୟାଓ୍ବାକି ଜଙ୍ଗଲ ସୃଷ୍ଟି କରିସାରିଲେଣି। ଜାପାନିଜ୍ ଉଦ୍ଭିଦବିଜ୍ଞାନୀ ଅକିରା ମିୟାଓ୍ବାର୍କଙ୍କ ନାମାନୁସାରେ କରାଯାଇଥିବା ମିୟାଓ୍ବାକି ପଦ୍ଧତିରେ କ୍ରିଷ୍ଣକୁମାର ପାଖାପାଖି ୧୦ ଏକର ଜମିରେ ୨୫ଟି କ୍ଷୁଦ୍ର ଜଙ୍ଗଲରେ ୬୫,୦୦୦ ଗଛ ଲଗାଇଛନ୍ତି। ଏହି ପଦ୍ଧତିରେ ସେ ଦେଶୀ ବୁଦାଜାତୀୟ ଲତା ଲଗାଇ କିଛି ମାସ ମଧ୍ୟରେ ଘଞ୍ଚ ଜଙ୍ଗଲ କରିପାରୁଛନ୍ତି। ଏଥିପାଇଁ ସେ ‘ଥୁବାକ୍କମ୍’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଏଯାବତ୍ ତାଙ୍କ ସହ ୧,୮୦୦ ସ୍ବେଚ୍ଛାକର୍ମୀ ଯୋଗ ଦେଇସାରିଲେଣି। ସେମାନଙ୍କୁ କ୍ରିଷ୍ଣକୁମାର ୧୪ଟି ଗ୍ରୁପ୍ରେ ବିଭକ୍ତ କରି ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ସଂଚାଳନ କରୁଛନ୍ତି। ୬ କଲେଜ ସାଙ୍ଗଙ୍କ ମଧ୍ୟରୁ ଆଉ ତିନିଜଣ ଏବେ ତାଙ୍କ ସହ ରହିଛନ୍ତି। ଅବ୍ୟବହୃତ ତଥା ବର୍ଜ୍ୟବସ୍ତୁ ଜମା ହେଉଥିବା ସ୍ଥାନଗୁଡ଼ିକୁ ସେମାନେ ଜଙ୍ଗଲ କରିବା ଦ୍ୱାରା ବହୁ ପ୍ରଜାତିର ପକ୍ଷୀ ବାସ କରିବା ଆରମ୍ଭ କରିଛନ୍ତି। ତାଙ୍କ ଅଭିଯାନରେ ବହୁ ସ୍କୁଲ ଓ କଲେଜ କ୍ୟାମ୍ପସରେ ଜଙ୍ଗଲ କରାଯାଇଛି। ସ୍କୁଲ, କଲେଜ ଓ ବିଭିନ୍ନ ଅଞ୍ଚଳରେ କ୍ରିଷ୍ଣକୁମାର ଓ ତାଙ୍କ ସାଥୀମାନେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଜଙ୍ଗଲ ସୃଷ୍ଟି କରିବାରେ ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ ତାଙ୍କୁ ସହଯୋଗ କରୁଛନ୍ତି। ଚେନ୍ନାଇ ଓ ତା’ ଆଖପାଖ ବ୍ୟତୀତ ଏବେ ଏହି ଅଭିଯାନକୁ ତାମିଲନାଡୁର ଅନ୍ୟ ସହର ଓ ଗ୍ରାମକୁ ସମ୍ପ୍ରସାରିତ କରିଛନ୍ତି କ୍ରିଷ୍ଣକୁମାର।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.