କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ, ସନ୍ତୋଷ କୋଚେରଲାକୋଟା ମହାରାଷ୍ଟ୍ରର ଓ୍ବାଥର ଏବଂ ନଣ୍ଡେଡ ଗାଁରେ କୃଷକମାନଙ୍କ ସହ ୬ ମାସ ବିତାଇବା ପରେ ଏଭଳି ଜୋତା ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଏହି ଜୋତା ଶସ୍ତା ଓ ଜଳପ୍ରତିରୋଧୀ । ଅତ୍ୟଧିତ୍କ ଉତ୍ତାପ ଓ ଥଣ୍ଡା ଏବଂ ବର୍ଷାରେ ଚାଷ କରିବା ଏକ ମୁଖ୍ୟ ସମସ୍ୟା ବାଲି ଅନୁଧ୍ୟାନ କରିବା ପରେ ୨୦୧୯ର ଶେଷାର୍ଦ୍ଧରେ ସେମାନେ ଆର୍ଥେନ ଟ୍ୟୁନ୍ସ କମ୍ପାନୀ ପ୍ରତିଷ୍ଠା କରି ଏହି ଜୋତା ତିଆରି କରୁଛନ୍ତି। ଏବେ ସୁଦ୍ଧା ସେମାନେ ୩୦ ଜଣ କୃଷକଙ୍କୁ ଜୋତା ଯୋଗାଇ ଦେଇ ସାରିଲେଣି। ଏହାର ମୂଲ୍ୟ ୩୦୦ ଟଙ୍କା। ଏହି ଜୋତା ସର୍ପାଘାତରୁ ବି ରକ୍ଷା କରିପାରିବ। ଏବେ ଆଉ ୧,୦୦୦ ଜୋତା ତିଆରି କରାଯାଉଛି। ସେମାନେ ତାମିଲନାଡୁର ଅମ୍ବୁରରେ ଜୋତା ତିଆରି କରୁଥିତ୍ବା ଲୋକମାନଙ୍କୁ ଏହି କାର୍ଯ୍ୟରେ ଲଗାଇଛନ୍ତି। ଏଥିରେ ମୁଖ୍ୟତଃ ଉଲ୍ ବ୍ଲଙ୍କେଟ୍ ଉପଯୋଗ କରାଯାଉଛିି ଓ ଏହାକୁ ଉତ୍ତରାଖଣ୍ଡରୁ ସଂଗ୍ରହ କରାଯାଉଛି। ଏହି ଅଭିଯାନକୁ ଆଗକୁ ବଢିବା ପାଇଁ ଆଇଆଇଟି ମାଡ୍ରାସ ତିନି ବନ୍ଧୁଙ୍କୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦେଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.