ପେସାରେ ଅଟୋଚାଳକ ହେଲେ ମଧ୍ୟ ହୃଦୟରେ ସେବାର ସ୍ଥାନ ବହୁ ଉଚ୍ଚରେ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସଞ୍ଜୟ କୋଥଓ୍ବାଲେ। ପୁଣେରେ ରହନ୍ତି ଓ ଅଟୋ ଚଳାଇ ଗୁଜରାଣ ମେଣ୍ଟାନ୍ତି। କିନ୍ତୁ ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେବା ପରେ ସଞ୍ଜୟ ତାଙ୍କ ବିବାହ ପାଇଁ ସଞ୍ଜିତ ୨ ଲକ୍ଷ ଟଙ୍କାକୁ ଗରିବଙ୍କ ସେବାରେ ଉପଯୋଗ କରିଛନ୍ତି। ମହାମାରୀର ତାଡ଼ନାରେ ଜୀବିକା ହରାଇ ଅସହାୟ ହୋଇପଡ଼ିଥିବା ୧,୫୦୦ ପରିବାରକୁ ଖାଦ୍ୟ ଯୋଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ଏବେ ସୁଦ୍ଧା ବିଭିନ୍ନ ଉତ୍ସରୁ ଦାନ ସୂତ୍ରରେ ପ୍ରାପ୍ତ ଟଙ୍କାରେ କାମଧନ୍ଦା ହରାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ଦୈନିକ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି। ଏହା ସହ ସଞ୍ଜୟ ଲୋକମାନଙ୍କୁ ଜରୁରୀ ସମୟରେ ହସ୍ପିଟାଲକୁ ନେବା ଆଣିବା କରିବା ପାଇଁ ଦିନ ରାତି ୨୪ ଘଣ୍ଟିଆ ସେବା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ଅଟୋରେ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ନେବା ଆଣିବା କରୁଛନ୍ତି। ଯେତେ କଷ୍ଟ ହେଲେ ମଧ୍ୟ ସଙ୍କଟ ସମୟରେ ଲୋକମାନଙ୍କୁ ସାହାଯ୍ୟ ଜାରି ରଖିବେ ବୋଲି ନିଶ୍ଚିତ ଅଛନ୍ତି ସଞ୍ଜୟ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.