ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍ ଅଧିକାରୀ ଶ୍ରୀକାନ୍ତ ଯାଦବ। ପ୍ରତିଦିନ ଅପରାହ୍ନରେ ପାଖାପାଖି ୨,୦୦୦ ଫୁଡ୍ ପ୍ୟାକେଟ୍ ହରିୟାଣାର ୫ଟି ଜିଲାରେ ନିର୍ମାଣ ଶ୍ରମିକ, ରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତି ଏବଂ ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରି ପାରୁ ନ ଥିତ୍ବା ଲୋକମାନଙ୍କୁ ଏହି ପ୍ୟାକେଟ୍ ବାଣ୍ଟୁଛନ୍ତି। ପ୍ରାୟ ୩,୦୦୦ ପୋଲିସ୍ ଅଧିତ୍କାରୀ ଏଥିପାଇଁ ଟଙ୍କା ଦେଉଛନ୍ତି ଓ ପ୍ରତିଦିନ ଅସହାୟମାନଙ୍କୁ ଖାଦ୍ୟପୁଡ଼ିଆ ବାଣ୍ଟିବାରେ ସକ୍ରିୟ ଭୂମିକା ନେଉଛନ୍ତି। ଏହି ଅଭିଯାନ ସେ ୨୦୧୭ରେ ମଧୁବନରେ ଆରମ୍ଭ କରିଥିଲେ। ଏବେ ଏହାକୁ କର୍ନଲ, ରିଓ୍ବାରି, ଗୁରୁଗ୍ରାମ, କୁରୁକ୍ଷେତ୍ର ଏବଂ ଫରିଦାବାଦକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ରୋଟି ବ୍ୟାଙ୍କ’। ହରିୟାଣା ପୋଲିସର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ଶ୍ରୀକାନ୍ତ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରଥମେ ଘରୁ ୪୦ଟି ଖାଦ୍ୟ ପୁଡ଼ିଆ ଆଣି ବାଣ୍ଟିଥିଲେ, କିନ୍ତୁ ସେଠାରେ ୧୦୦ ଜଣ ପିଲା ପହଞ୍ଚତ୍ ଯାଇଥିଲେ। ପରେ ପ୍ରତ୍ୟେକ ଅଧିକାରୀ ଘରୁ ଅଧିତ୍କ ଦୁଇଟି ରୁଟି ଆଣି ପୋଲିସ କ୍ୟାଣ୍ଟିନ୍ରେ ତରକାରି କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇଥିତ୍ଲେ। ଏହି ଅଭିଯାନ ସମ୍ପର୍କରେ ପାଖ ଜିଲାରେ ପ୍ରଚାର ହୋଇଯିବା ପରେ ଆଇପିଏସ୍ ଏବଂ ଆଇଏଏସ୍ କ୍ୟାଡରରୁ ବହୁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଏବେ ପ୍ରତ୍ୟେକ କ୍ୟାଡର୍ରେ ସ୍ବତନ୍ତ୍ର ବ୍ୟାଙ୍କ୍ ଆକାଉଣ୍ଟ ଓ ଖାଦ୍ୟ ତିଆରି ଲାଗି ସ୍ବତନ୍ତ୍ର ରୋଷେଇଘର ରହିଛି। ଏହି ଅଭିଯାନକୁ ରାଜ୍ୟର ସବୁ ଜିଲାରେ ଚଳାଇବାର ଯୋଜନା ରହିଛି ଓ ଦେଶର ସବୁଆଡ଼େ ଚଳାଇଲେ ଅସହାୟମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହନ୍ତି ଶ୍ରୀକାନ୍ତ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.