ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ ସେବାରେ ଉପଯୋଗ କରୁଛନ୍ତି। ଜୋଷୀ ଗୁଜରାଟର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରି ୨୦୦୯ରେ ଅବସର ନେଇଛନ୍ତି। ସେବେଠାରୁ କେବେ କେମିତି ଚିକିତ୍ସା ସେବା ପାଇଁ ସମୟ ଦେଇ ଆସୁଥିଲେ। କିନ୍ତୁ କୋଭିଡ-୧୯ ମହାମାରୀ ଦେଖାଦେବା ପରେ ଦେଶରରେ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ବଢିଗଲା। ଏହି ସଙ୍କଟ ସମୟରେ ସେ ସେବା ଯୋଗାଇ ଦେବାର ସଙ୍କଳ୍ପ ନେଇ ଜିଡୁସ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାନ୍ତି। ବୟସର ଅପରାହ୍ନରେ ଏବେ ବି ସେ ଦିନକୁ ୧୨ ଘଣ୍ଟା କାମ କରୁଛନ୍ତି। ଏହି ସମୟରେ ସେ ରୋଗୀଙ୍କ ମନୋବଳ ବଢ଼ାଇବା ସହ ଅକ୍ସିଜେନ୍ ଓ ମେଡିସିନ ଦେଉଛନ୍ତି। କୋଭିଡ ପରୀକ୍ଷା ଲାଗି ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.