ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। କଳ୍ପନା ଡିଏଫ୍ଓ ଥିବାବେଳେ ଗୀତାଞ୍ଜଳି ବନ ସଂରକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏମାନେ ପଞ୍ଜାବର ଅବୋହର ମୁକ୍ତ ବନ୍ୟଜନ୍ତୁ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ଦିନରାତି ଲାଗି ପଡ଼ିଛନ୍ତି। ୧୮,୬୫୦ ହେକ୍ଟର ପରିମିତ ଏହି ଅଭୟାରଣ୍ୟରେ ରହିଛି ୧୩ଟି ଗ୍ରାମ। ଏଠାରେ ବାସକରୁଛନ୍ତି ବିଷ୍ଣୋଇ ଜନଜାତିର ଲୋକ। କଳ୍ପନା ଓ ଗୀତାଞ୍ଜଳି ଏମାନଙ୍କୁ ସଚେତନ କରିବା ସହ ମୃଗ ଶିକାର ସମ୍ପୂର୍ଣ୍ଣ ବନ୍ଦ କରିପାରିଛନ୍ତି। ବିଷ୍ଣୋଇ ଜନଜାତିର ଲୋକମାନେ ଅଭୟାରଣ୍ୟରେ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ମୃଗ କୃଷିର କ୍ଷତି କଲେ ସେଥିପାଇଁ ସ୍ବତନ୍ତ୍ର କ୍ଷତିପୂରଣ ପ୍ରଦାନ କରି ଗ୍ରାମବାସୀଙ୍କୁ ମୃଗ ଶିକାରରୁ ଦୂରେଇ ରଖିତ୍ପାରିଛନ୍ତି ଏହି ଦୁଇ ଅଧିକାରୀ। କୃଷ୍ଣସାରମୃଗଙ୍କୁ ବଞ୍ଚାଇବାରେ ଏହି ଅଭିଯାନକୁ ଭାରତୀୟ ବନ ସେବା ସଂଘ ପ୍ରଶଂସା କରିବା ସହ ଦୁହିଁଙ୍କୁ ‘ଗ୍ରୀନ୍ କୁଇନ୍ ଅଫ୍ ଇଣ୍ଡିଆ’ଆଖ୍ୟା ଦେଇଛି। କୌଣସି କାରଣରୁ ଆହତ ମୃଗଙ୍କ ଲଗି ୨୪ ଘଣ୍ଟିଆ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି ଓ ଆମ୍ବୁଲାନ୍ସ କେଜ୍ ବ୍ୟବସ୍ଥା ରହିଛିି। ଏହାଦ୍ୱାରା କୃଷ୍ଣସାର ମୃଗଙ୍କ ମୃତ୍ୟୁହାର ଯଥେଷ୍ଟ କମ୍ ହୋଇପାରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.