ଫେକ୍‌ ନ୍ୟୁଜ୍‌ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍‌ ନ୍ୟୁଜ୍‌ର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାରାଷ୍ଟ୍ରର ଜଣେ ସ୍କୁଲ ଶିକ୍ଷକ ରତନ ଚତୁର୍ବେଦୀ ଅଣ୍ଟା ଭିଡ଼ିଛନ୍ତି। ସୁର୍‌ଗଣା ବ୍ଲକ୍‌ରେ ରତନ ଜିଲା ପରିଷଦ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବୟସ ୪୮ ବର୍ଷ। ସେ ଲୋକମାନଙ୍କୁ ଏକୁଟିିଆ ଟିକାକରଣର ସତ୍ୟାସତ୍ୟ ବୁଝାଉଛନ୍ତି। ଟିକାର ଉପକାରିତା ତଥା କୋଭିଡ୍‌ ମହାମାରୀର ଭୟାଭୟତା ଉପରେ ସଚେତନ କରୁଛନ୍ତି। ଏବେ ସୁଦ୍ଧା ସେ ୧୦,୦୦୦ ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ସକ୍ଷମ ହୋଇ ପାରିଛନ୍ତି। ରତନ ସୁର୍‌ଗୁଣା ବ୍ଲକର ୧୦ଟି ଗାଁରେ ଏଭଳି ଅଭିଯାନ ଚଳାଇଛନ୍ତି। ଏପରିକି ଦୁର୍ଗମ ଅଞ୍ଚଳରେ ଥିତ୍ତ୍ବା ପଡ଼ା ଗଁାଗୁଡ଼ିକୁ ଚାଲି ଚାଲି ଯାଇ ଲୋକମାନଙ୍କୁ ସଚେତନ କରୁଛନ୍ତି। ତାଙ୍କ ବ୍ଲକର ୧.୭୮ ଲକ୍ଷ ଲୋକଙ୍କୁ ଟିକାକରଣ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ରତନ। ରତନ ସକାଳୁ ଉଠି ଏହି କାର୍ଯ୍ୟରେ ବାହାରି ଯାଆନ୍ତି। ଲୋକଙ୍କୁ ବୁଝାଇବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ଲୋକମାନଙ୍କୁ ଟିକାକରଣ କେନ୍ଦ୍ରରେ ପହଞ୍ଚାଉଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.