ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା ଭେଁାସଲେ। ମାତ୍ର ୬ ବର୍ଷ ବୟସରେ ଅନୁରାଧା ଶିଶୁ ଶ୍ରମିକ ଭାବେ କାମ କରି ପେଟପୋଷିବା ଆରମ୍ଭ କରି ବହୁ ଘାତପ୍ରତିଘାତ ମଧ୍ୟରେ ଜିଇ ଏବେ ସେ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରୁଛନ୍ତି। ଅନୁରାଧାଙ୍କ ବୟସ ୫୨। ୨୪ ବର୍ଷ ହେବ ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ଏବେ ସୁଦ୍ଧା ଅନୁରାଧା ୯,୦୦୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସାରିଲେଣି। ‘ଅବନି’ ଏନ୍ଜିଓ ପ୍ରତିଷ୍ଠା କରି ସେ ଏହି ଅଭିଯାନ ଚଳାଉଛନ୍ତି। ସେ ପିଲାମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ସୁଦ୍ଧା ଏମାନଙ୍କ ମଧ୍ୟରୁ ୧,୦୦୦ ପିଲା ସ୍କୁଲ ଯାଉଛନ୍ତି । ପ୍ରଥମେ ୧୯୯୫ରେ ସେ ଏକ ଇଟାଭାଟିରୁ ୭ରୁ ୧୫ ବର୍ଷ ବୟସର ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଥିତ୍ଲେ ଓ ତା’ ପରଠାରୁ ସେ ଆଉ କେବେ ବି ଅଟକି ନାହାନ୍ତି। ଶ୍ରମିକ ଭାବେ ଶିଶୁଙ୍କୁୁ ଖଟାଉଥିତ୍ବା ଲୋକମାନଙ୍କ ବିରୋଧରେ ବି ଅଭିଯାନ ଚଳାଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.