ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାର ଅଧିକ ପଭାବ ବିବାହ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। କାରଣ କରୋନା ଯୋଗୁ ଏବେ ସମସ୍ତ ବିବାହ ନିରାଡ଼ମ୍ବରରେ ହେଉଛି। ନା ଅଛି ବ୍ୟାଣ୍ଡବାଜା ନା ଅଛି ରୋଷଣୀ। ଏତଦ୍ ବ୍ୟତୀତ ବିବାହରେ ଆଉ ଲୋକଙ୍କ ଭିଡ଼ ମଧ୍ୟ ଜମୁନାହିଁ। କେହି ଯଦି ଲୁଚିଛପି ଆଡ଼ମ୍ବରରେ ବିବାହ କରୁଛନ୍ତି ତେବେ ସେମାନଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଫାଇନ ଦେବାକୁ ପଡ଼ଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକଙ୍କୁ ଏକ ଶିକ୍ଷା ମିଳିବା ସହ ନବଦମ୍ପତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ ଶର୍ମା ଶେୟାର କରିଛନ୍ତି। ଭିଡିଓକୁ ଶେୟାର କରିବା ସହ ସେ ଏକ ମଜାଳିଆ କ୍ୟାପସନ୍ ଲେଖିଛନ୍ତି, ‘ବରଣମାଳା ବଦଳରେ ମାସ୍କ ମାଳା’। ରୁପିନ ଶର୍ମା ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଓ କନ୍ୟା ମଞ୍ଚ ଉପରେ ଠିଆ ହୋଇଛନ୍ତି। ଦୁହେଁ ପରିସ୍ପରଙ୍କୁ ବରଣମାଳା ପିନ୍ଧାଇବା ବଦଳରେ ମାସ୍କ ପିନ୍ଧାଉଥିବା ନଜର ଆସିଛି। ଏହି ଭିଡିଓଟି ଖୁବ୍ ମଜାଳିଆ ଦେଖାଯାଉଥିବା ସହ କେଉଁଠି ନା କେଉଁଠି ଏହା କରୋନା ପ୍ରତି ଏକ ସଚେତନତା ବାର୍ତ୍ତା ମଧ୍ୟ ଦେଉଛି। ଦେଶରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ନିଜକୁ କିଭଳି ସୁରକ୍ଷିତ ରଖିବା ସେନେଇ ଏହି ବିବାହରେ ସଚେତନତା ଦିଆଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.