କୋଭିଶିଲ୍ଡ ଡୋଜ୍‌ ସମୟସୀମା ବୃଦ୍ଧି: ବିଶେଷଜ୍ଞ କମିଟି ପରାମର୍ଶକୁ ଅଣଦେଖା କରିଛନ୍ତି କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଟିକାଦାନ କରାଯାଉଛି। କୋଭାକ୍ସିନ୍‌ର ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ବୃଦ୍ଧି କରାଯାଇ ନାହି। ତେବେ କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର କରୋନା ଭାଇରସ୍‌ ଭାକ୍ସିନେଶନ୍‌ ଆଡଭାଇଜରୀ ଗ୍ରୁପ୍‌ ଏକ୍ସପର୍ଟଙ୍କ ପରାମର୍ଶକୁ ଅଣଦେଖା କରି କେନ୍ଦ୍ର ସରକାର ନିଜ ଇଛା ଅନୁସାରେ ଏପରି କରିଛନ୍ତି। ଆଡଭାଇଜରୀ ଗ୍ରୁପ୍‌ ପକ୍ଷରୁ ଦୁଇ ଡୋଜ୍‌ ମଧ୍ୟରେ ସମୟସୀମା ୮ରୁ ୧୨ ସପ୍ତାହ ରଖିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିବା ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମେ ୧୩ରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦୁଇଡୋଜ୍‌ର ସମୟ ସୀମାକୁ ୬-୮ ସପ୍ତାହରୁ ବଢ଼ାଯାଇ ୧୨-୧୬ ସପ୍ତାହ କରାଯାଇଥିଲା। ସେତେବେଳେ ଦେଶରେ ଭାକ୍ସିନ୍‌ର ଅଭାବଥିବା ସହିତ କରୋନା ମହାମାରୀ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିଲା। ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍‌ ଅପ୍‌ ଇମ୍ୟୁନାଇଜେଶନ ଗ୍ରୁପ୍‌ ଗଠନ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ବ୍ରିଟେନ୍‌ରୁ ମିଳିଥିବା ଡାଟା ଆଧାରରେ କୋଭିଶିଲ୍ଡ୍‌ର ଦୁଇ ଡୋଜ୍‌ ମଧ୍ୟରେ ସମୟ ସୀମା ବୃଦ୍ଧି ହୋଇଛି। ତେବେ ନ୍ୟାଶନାଲ ଟେକ୍ନିକାଲ ଆଡ଼ଭାଇଜରୀ ଗ୍ରୁପ୍‌ ଅପ୍‌ ଇମ୍ୟୁନାଇଜେଶନ ଗ୍ରୁପ୍‌ର ୧୪ ଜଣିଆ ସଦସ୍ୟଙ୍କ ମଧ୍ୟରେ ୩ ଜଣ ସଦସ୍ୟ ଏହାର ବିରୋଧ କରିଥିଲେ। ଉପଲବ୍ଧ ଡାଟା ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଥିଲେ। ତେବେ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.