Categories: ଜାତୀୟ

ଭାରତ ୨ ପାଦ ତଳକୁ ଖସିଲା

ନୂଆଦିଲ୍ଲୀ,୭।୬: ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତ ୨ ସ୍ଥାନ ତଳକୁ ଖସି ୧୧୭ତମ ସ୍ଥାନରେ ରହିଛି। ୨୦୧୫ରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ୨୦୩୦ କାର୍ଯ୍ୟସୂଚୀର ଅଂଶବିଶେଷ ଭାବେ ନିରନ୍ତର ବିକାଶ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଷ୍ଟେଟ୍‌ ଅଫ୍‌ ଇଣ୍ଡିଆ ଏନ୍‌ଭିରନ୍‌ମେଣ୍ଟ ରିପୋର୍ଟ ୨୦୨୧ ଅନୁଯାୟୀ ଗତବର୍ଷ ଭାରତ ୧୧୫ତମ ସ୍ଥାନରେ ଥିଲା। କ୍ଷୁଧା ଦୂରୀକରଣ, ଖାଦ୍ୟ ସୁରକ୍ଷା ହାସଲ, ଲିଙ୍ଗଗତ ସମାନତା, ପ୍ରତିକୂଳ ପ୍ରଭାବରୁ ବର୍ତ୍ତିପାରୁଥିବା ଭିତ୍ତିଭୂମି ନିର୍ମାଣ,ନିରନ୍ତର ଶିଳ୍ପାୟନ ବଢ଼ାଇବା ଆଦି ବଡ଼ ଚ୍ୟାଲେଞ୍ଜ ଭାବେ ରହିଆସିଥିବାରୁ ଭାରତର ର଼୍ୟାଙ୍କ୍‌ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ ସ୍ଥାନ ତଳକୁ ଖସିଥିବା କୁହାଯାଉଛି। ଏପରିକି ୪ ଦକ୍ଷିଣ ଏସୀୟ ରାଷ୍ଟ୍ର ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ବାଂଲାଦେଶଠାରୁ ଭାରତର ର଼୍ୟାଙ୍କ୍‌ ତଳେ ରହିଛି। ମୋଟ ୧୦୦ରୁ ଭାରତର ଏସ୍‌ଡିଜି ସ୍କୋର୍‌ ୬୧.୯ ରହିଥିବା ଜଣାପଡ଼ିଛି।
ରାଜ୍ୟଓ୍ବାରୀ ପ୍ରସ୍ତୁତିକୁ ଦେଖିଲେ ଝାଡ଼ଖଣ୍ଡ ଏବଂ ବିହାର ୨୦୩୦ ସୁଦ୍ଧା ଏସ୍‌ଡିଜି ହାସଲ କରିବାରେ ସବୁଠୁ କମ୍‌ ପ୍ରସ୍ତୁତି କରିଛନ୍ତି। ଝାଡଖଣ୍ଡ ଏସ୍‌ଡିଜିର ୫ମ ସ୍ଥାନରେ ଏବଂ ବିହାର ୭ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କେରଳ, ହିମାଚଳପ୍ରଦେଶ ଓ ଚଣ୍ଡିଗଡ଼ ଏସ୍‌ଡିଜି ଲକ୍ଷ୍ୟ ହାସଲ ଲାଗି ସବୁଠୁ ଭଲ ସ୍କୋର କରିଛନ୍ତି।
ମୋଟ ୧୭ଟି ଏସ୍‌ଡିଜି ଉପରେ ଦେଶଗୁଡ଼ିକ ଜରୁରୀ ପଦକ୍ଷେପ ନେବା ଲାଗି ଧାର୍ଯ୍ୟ ହୋଇଛି। ସେଗୁଡ଼ିକ ହେଲା ଦାରିଦ୍ର୍ୟ ଦୂର କରିବା, କ୍ଷୁଧାରୁ ମୁକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ସ୍ବଚ୍ଛଳତା, ଉନ୍ନତମାନର ଶିକ୍ଷା, ଲିଙ୍ଗଗତ ସମାନତା, ବିଶୁଦ୍ଧ ଜଳ ଇ ପରିମଳ, ସୁଲଭ ସ୍ବଚ୍ଛ ଇନ୍ଧନ, ଦୀର୍ଘମିଆଦୀ କାର୍ଯ୍ୟ ଓ ଆର୍ଥିକ ଅଭିବୃଦ୍ଧି, ଶିଳ୍ପ, ଅଭିନବତ୍ୱ ଏବଂ ଭିତ୍ତିଭୂମି, ଅସମାନତା ଦୂରୀକରଣ, ସ୍ଥାୟୀ ସହର ଏବଂ ସମୁଦାୟ, ଉତ୍ତରଦାୟୀ ଉପଭୋଗ ଓ ଉତ୍ପାଦନ, ଜଳବାୟୁ କାର୍ଯ୍ୟକ୍ରମ, ଜଳ ତଳେ ଜୀବନ,
ଭୂପୃଷ୍ଠରେ ଜୀବନ, ଶାନ୍ତି, ନ୍ୟାୟ ଓ ଦୃଢ଼ ସଂସ୍ଥା ଏବଂ ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ସହଯୋଗ ବଢ଼ାଇବା। ପରିବେଶ ପ୍ରଦର୍ଶନ ସୂଚକାଙ୍କ (ଇପିଆଇ)ରେ ଭାରତ ୧୮୦ ଦେଶ ମଧ୍ୟରେ ୧୬୮ତମ ସ୍ଥାନରେ ରହିଛି। ପରିବେଶୀୟ ସ୍ବାସ୍ଥ୍ୟ, ଜଳବାୟୁ, ବାୟୁ ପ୍ରଦୂଷଣ, ପରିମଳ, ପାନୀୟ ଜଳ, ପରିବେଶ ସେବା ଓ ଜୈବ ବିବିଧତା ଆଦି ବିଭିନ୍ନ ସୂଚକାଙ୍କକୁ ହିସାବ କରି ଏହା ନିର୍ଦ୍ଧାରଣ କରାଯାଇଥାଏ। ପରିବେଶୀୟ ସ୍ବାସ୍ଥ୍ୟ ବର୍ଗରେ ଭାରତ ୧୭୨ତମ ସ୍ଥାନରେ ରହିଛି। ୟାଲେ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ ଇପିଆଇ ୨୦୨୦ ରିପୋର୍ଟ ଅନୁଯାୟୀ ଜୈବ ବିବିଧତା ଏବଂ ବାସସ୍ଥାନ ବର୍ଗରେ ଭାରତ ୧୪୮ତମ ସ୍ଥାନରେ ରହିଛି, ଯାହା ପାକିସ୍ତାନଠାରୁ ୨୧ ସ୍ଥାନ ତଳେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.