ନୂଆଦିଲ୍ଲୀ, ୪।୬: କୋଭିଡ୍-୧୯ ଟିକା ପ୍ରଥମ ଡୋଜ୍ ଦେବାରେ ଭାରତ ଆମେରିକାକୁ ଟପିଯାଇଛି। ଆମେରିକାରେ ୧୬.୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ଭାରତରେ ୧୭.୨ କୋଟି ଲୋକ ପ୍ରଥମ ଡୋଜ୍ ନେଇଥିବା ସରକାର ସୂଚନା ଦେଇଛନ୍ତି। ଆଓ୍ବାର ଓ୍ବାଲର୍ଡ ଇନ୍ ଡାଟା ପକ୍ଷରୁ ଦିଆଯାଇଥିବା ବିଶ୍ୱ ଟିକାକରଣ ତଥ୍ୟ ଅନୁଯାୟୀ ଆମେରିକୀୟଙ୍କ ତୁଳନାରେ ଭାରତୀୟ ପ୍ରଥମ ଡୋଜ୍ ଟିକା ଅଧିକ ନେଇଥିବା ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍ କହିଛନ୍ତି। ଉକ୍ତ ତଥ୍ୟରେ ଚାଇନା ଟିକାକରଣ ସମ୍ପର୍କରେ ସୂଚନା ଦିଆଯାଇ ନାହିଁ। ବ୍ରିଟେନ୍ ଏପର୍ଯ୍ୟନ୍ତ ୩.୯ କୋଟି ଏବଂ ଜର୍ମାନୀ ୩.୮ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦେଇଥିବା ତଥ୍ୟରେ ସୂଚନା ଦିଆଯାଇଛି।
ମିଛ ଟିକାକରଣ ଅଭିଯାନ: ଟିକା ନେଇଥିବା ୩୯୦ ଲୋକଙ୍କଠାରେ ନାହିଁ କୌଣସି ଲକ୍ଷଣ…
ମୁମ୍ବାଇ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
୨ ପ୍ରକାର ଭାକ୍ସିନ୍ ନେଲେ ବଢ଼ିବ ପ୍ରତିରୋଧକ ଶକ୍ତି, ଅଧିକ ପରୀକ୍ଷା ନିରୀକ୍ଷା ଆବଶ୍ୟକ…
ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ କରାଯାଉଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ...
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଯୋଗୀ: ବିଧାନସଭା ନିର୍ବାଚନ-କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଏବେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏଥିପାଇଁ...
ବୋହୂଙ୍କୁ ଜାଣିଶୁଣି ମାଡ଼ି ବସିଲେ କରୋନା ଆକ୍ରାନ୍ତ ଶାଶୁ
ହାଇଦ୍ରାବାଦ,୬।୬ : କୋଭିଡ୍-୧୯ରେ ଆକ୍ରାନ୍ତ ହେବା ପରେ ଜଣେ ବୃଦ୍ଧା ଘରେ ଆଇସୋଲେଶନରେ ରହି ରହି ବିରକ୍ତ ହୋଇଯାଇଥିଲେ। ନିୟମ ଅନୁସାରେ ସମାଜିକ ଦୂରତା ପାଳନ...
ମୂଲ୍ୟାୟନ ସୂତ୍ରକୁ ବିରୋଧ
ନୂଆଦିଲ୍ଲୀ, ୨୨ା୬: କରୋନା ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବାବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ସୂତ୍ରକୁ ନେଇ କେତେଜଣ ଛାତ୍ରୀଛାତ୍ର...
ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..
ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...
ଟିକା ଦିଅ, ଇଲିଶି ନିଅ
ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍ ଟିକା ଯୋଗାଇବାରେ...
୧୫୦ ଫୁଟ ଗାତରୁ ୮ଘଣ୍ଟା ପରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ
ଆଗ୍ରା, ୧୪।୬: କଥାରେ ଅଛି ରଖେ ରହି ମାରେ କିଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରା ଫତେହାବାଦରୁ । ସୋମବାର ଏକ...


