ମେଲବୋର୍ନ,୧୬ା୬(ପି.ଟି.)-ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଅତି ସହଜରେ ବିଜୟ ଲାଭ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍ ପେନ୍। ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଟେଷ୍ଟ ଦଳ ମଧ୍ୟରେ ଟାଇଟଲ ମୁକାବିଲା ଜୁନ୍ ୧୮ରେ ସାଉଥାମ୍ପଟନର ଏଜାସ୍ ବାଓଲରେ ହେବ। ପେନ୍ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ କରିଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୯ରେ ନିଜ ଦେଶରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା। ୨୦୨୦ ପ୍ରଥମ ଭାଗରେ ଭ୍ରମଣକାରୀ ଭାରତ ବିପକ୍ଷରେ ତାଙ୍କ ଦଳ ୧-୨ରେ ହାରିଯାଇଥିଲା। ନ୍ୟୁଜିଲାଣ୍ଡ ଏହି ମ୍ୟାଚ ପାଇଁ ଭଲରୂପେ ପ୍ରସ୍ତୁତ ହୋଇ ଆସିଛି। ଇଂଲଣ୍ଡ ବିପକ୍ଷରେ ୧-୦ରେ ସିରିଜ ବିଜୟୀ ମଧ୍ୟ ହୋଇଛି। କିନ୍ତୁ ଏସବୁକୁ ଗୁରୁତ୍ୱ ଦେଉନାହାନ୍ତି ପେନ୍। ସେ କହିଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ଯେଉଁ ଦଳ ଖେଳିଥିଲା ସେଥିରେ ଜୋସ୍ ବଟଲର, ପେସ୍ ବୋଲର ଜୋଫ୍ରା ଆର୍ଚର ଓ ଉଇକେଟକିପର ବେନ୍ ଫୋକ୍ସ ନ ଥିଲେ। ଏହାଛଡ଼ା ବେନ୍ ଷ୍ଟୋକ୍ସ, ଖ୍ରିସ୍ ଓକ୍ସ ଓ ମୋଇନ ଅଲୀଙ୍କ ଭଳି ଅଲରାଉଣ୍ଡର ଅନୁପସ୍ଥିତ ଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.