ସାଉଥମ୍ପାଟନ,୧୯।୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳ ଶନିବାର ଆରମ୍ଭ ହୋଇଛି। ଶୁକ୍ରବାର ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ସମ୍ଭବ ହୋଇ ନ ଥିଲା। ତେବେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପାଗ ଏବଂ ପରିସ୍ଥିତି ଦେଖି ଲାଭ ଉଠାଇବାକୁ ଚେଷ୍ଟା କରିବୁ। ଥଣ୍ଡା ପାଗ ହୋଇଥିବାରୁ ଉଇକେଟରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଚାରିଜଣ ଦ୍ରୁତ ବୋଲରଙ୍କ ସହ ଦଳ ମଇଦାନକୁ ଓହ୍ଲାଇବ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ କହିଛନ୍ତି।
ସେହିଭଳି ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତିଥିଲେ ଆମେ ବି ପ୍ରଥମେ ବୋଲିଂ କରିଥାନ୍ତୁ। ହେଲେ ରନ୍ କରିବା ଆମର ଶକ୍ତି। ଫାଇନାଲରେ ବୋର୍ଡରେ ରନ୍ ରହିବାର ଅନେକ ଫାଇଦା ରହିଛି। ଆମେ ଯେକୌଣସି ପରିସ୍ଥିତିରେ ଖେଳିବାକୁ ପ୍ରସ୍ତୁତ ଅଛୁ। ଆମେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛୁ। ଆମ ପାଇଁ ଏହା କେବଳ ଏକ ଟେଷ୍ଟ ମ୍ୟାଚ୍ ହେବ, ଯେଉଁଥିରେ ଆମେ ପ୍ରଫେସନାଲ ଭାବେ ଖେଳିବାକୁ ଚାହିଁବୁ ବୋଲି ସେ କହିଛନ୍ତି।
ତେବେ ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଓପନିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଏବେ ସୁଦ୍ଧା ଦଳ ୧୦ ଓଭର ଖେଳରେ ୪୧ ରନ୍ କରିବାରେ ସଫଳ ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.