Categories: ଖେଳ

ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ

ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍‌ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଦେଶର ଅଂଶଗ୍ରହଣକାରୀଙ୍କ ଲାଗି ଅଫିସିଆଲ କିଟ୍‌ ଉନ୍ମୋଚନ ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏହି ସୂଚନା ଦେଇଛନ୍ତି। ଟୋକିଓ ଗେମ୍ସ ପାଇଁ ୫୬ ପୁରୁଷ ଓ ୪୪ ମହିଳା ସମେତ ୧୦୦ ଆଥ୍‌ଲେଟ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଜୁଲାଇ ୨୩ରୁ ଆରମ୍ଭ ହେବାକୁଥିବା ଅଲିମ୍ପିକ୍ସ ପାଇଁ ଆହୁରି ୨୫ରୁ ୩୦ ଯୋଗ୍ୟତା ଅର୍ଜନ କରିବେ ବୋଲି ଆଇଓଏ ଆଶା କରୁଛି। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ଯୋଗ୍ୟତା ହାସଲ ପ୍ରକ୍ରିୟା ଶେଷ ହୋଇଯିବ। ସେତେବେଳକୁ ଯୋଗ୍ୟତା ହାସଲ କରିଥିବା ଆଥ୍‌ଲେଟମାନଙ୍କ ସଂଖ୍ୟା ୧୨୫ରୁ ୧୩୫ ପହଞ୍ଚତ୍ୟାଇଥିବ। ଗେମ୍ସର ୫୦ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାତ୍ରା ଏକଥା କହିଛନ୍ତି। ଅଫିସିଆଲଙ୍କ ସଂଖ୍ୟା ମୋଟ ଆଥ୍‌ଲେଟଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ମନ୍ତ୍ରଣାଳୟ ଅତିରିକ୍ତ ଅଫିସିଆଲଙ୍କୁ ଅନୁମତି ଦେଇପାରେ, ହେଲେ ଏ ବାବଦରେ ଖର୍ଚ୍ଚ ସରକାର ବହନ କରିବେ ନାହିଁ। ବାତ୍ରା ଦୋହରାଇ କରି କହିଛନ୍ତି ଟୋକିଓରେ ଭାରତର ପଦକ ସଂଖ୍ୟା ଏଥର ଦୁଇଅଙ୍କ ସ୍ପର୍ଶ କରିପାରେ। ଭାରତ ଏ ପର୍ଯ୍ୟନ୍ତ ଲଣ୍ଡନ ଅଲିମ୍ପିକ୍ସ ୨୦୧୨ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୬ଟି ପଦକ ହାସଲ କରିଥିଲା। ତନ୍ମଧ୍ୟରେ ଦୁଇ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଆଇଓଏ ମୁଖ୍ୟ କହିଛନ୍ତି ନିକଟରେ କରୋନା ସଂକ୍ରମିତ ହୋଇଥିବା କେତେଜଣଙ୍କୁ ଛାଡ଼ିଦେଲେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥିବା ଅନ୍ୟ ସମସ୍ତ ଆଥଲେଟ୍‌ ଇତିମଧ୍ୟରେ ପ୍ରଥମ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଭାରତୀୟ ଆଥ୍‌ଲେଟମାନେ ଯେପରି କରୋନା ଟିକା ନେଇପାରିବେ ତାହା ବ୍ୟବସ୍ଥା କରିବା ଲାଗି ସେ ରିଜିଜୁଙ୍କୁ ଅନୁରୋଧ କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସ ପାଇଁ ଦେଶର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ସମଗ୍ର ଦେଶ ଅଂଶଗ୍ରହଣକାରୀ ଆଥ୍‌ଲେଟମାନଙ୍କ ପଛରେ ରହିଥିବା କହିଛନ୍ତି। ଲି’ ନିଙ୍ଗ୍‌ ଅଫିସିଆଲ କିଟ୍‌ର ପ୍ରାୟୋଜକ ହୋଇଥିବାବେଳେ ରେମଣ୍ଡ୍ସ ଅଫିସିଆଲ ସେରିମୋନିଆଲ କିଟ୍‌ ପ୍ରାୟୋଜକ ରହିଛି। ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି ପ୍ରତ୍ୟେକ ଆଥ୍‌ଲେଟଙ୍କୁ ୪ ସେଟ୍‌ ଅଫିସିଆଲ କିଟ୍‌ ଦିଆଯିବ। ଏହାଛଡ଼ା କାଳେ ଆବଶ୍ୟକ ପଡ଼ିବ ସେଥିଲାଗି ଅତିରିକ୍ତ ୧୦୦ରୁ ଊର୍ଦ୍ଧ୍ୱ କିଟ୍‌ ରଖାଯାଇଛି। ଟୋକିଓ ଗସ୍ତ ପୂର୍ବରୁ ସମସ୍ତ ଆଥ୍‌ଲେଟଙ୍କର ଡବଲ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଅଲିମ୍ପିକ୍ସରେ ଭାଗ ନେବାକୁଥିବା ୬ ଆଥ୍‌ଲେଟ ଉପସ୍ଥିତ ଥିଲେ। ସେମାନେ ହେଲେ ନୀରଜ ଚୋପ୍ରା, ବଜରଙ୍ଗ ପୁନିଆ, ରବି ଡାହିୟା, ଦୀପକ ପୁନିଆ, ସୁମିତ ମଲିକ ଓ ସୀମା ବିସ୍‌ଲା। ଭାରତୀୟ ଦଳର ଚିଫ୍‌ ଡି’ ମିଶନ ବି.ପି. ବୈଶ୍ୟ ଓ ତାଙ୍କ ଡେପୁଟି ପ୍ରେମ୍‌ଚନ୍ଦ ବର୍ମା ମଧ୍ୟ ଉପସ୍ଥିତ ଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.