ଅମୃତସର: ଅମୃତସରରୁ ୟୁଏଇକୁ ଏକାକୀ ଯାତ୍ରା। ଏହାକୁ ନେଇ ଚର୍ଚ୍ଚାରେ ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍ପି ସିଂହ ଓବରୟ। ଏହି ଯାତ୍ରା ତାଙ୍କ ପାଇଁ ସ୍ମରଣୀୟ ପାଲଟିଥିବା ବେଳେ ସେ ନିଜେ ‘ମହାରାଜା’ ଭଳି ଅନୁଭବ କରିଥିବା ପ୍ରକାଶ କରିଛନ୍ତି।
ଜୁନ୍ ୨୩ ବୁଧବାର ସକାଳ ପ୍ରାୟ ୪ଟା ସମୟରେ ଅମୃତସରରୁ ଦୁବାଇ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନ (ଏଆଇ-୯୨୯)ରେ ସେ ବସିଥିଲେ। ସେ ଯେତେବେଳେ ବିମାନରେ ଚଢ଼ିଲେ ସେତେବେଳେ ବିମାନରେ ଏକମାତ୍ର ଯାତ୍ରୀ ବୋଲି ସେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେବଡ଼ ବିମାନରେ ଏକାକୀ ଯାତ୍ରୀ ଥିବାରୁ ଭାଗ୍ୟବାନ ବୋଲି ସେ ମନେ କରିଥିଲେ। ଏଣୁ ଯାତ୍ରା ସମୟରେ ସେ ମହାରାଜାଙ୍କ ଭଳି ଅନୁଭବ କରିଥିଲେ। କାରଣ କର୍ମଚାରୀମାନେ ତାଙ୍କୁ ଭଲ ବ୍ୟବହାର କରିଥିଲେ। ପରେ ଖାଲି ବିମାନ ଭିତରେ ତାଙ୍କର ଫଟୋ ମଧ୍ୟ ଉଠାଯାଇଥିଲା।
ହେଲେ ପରବର୍ତ୍ତୀ ସମୟରେ ସେ ସହଯାତ୍ରୀଙ୍କ ଉପସ୍ଥିତିକୁ ଝୁରି ହୋଇଥିଲେ। ସେମାନଙ୍କ ବିନା ଯାତ୍ରା କିଛି ସମୟରେ କ୍ଳାନ୍ତ କରିଦେଇଥିଲା। ଏପରିକି ସେ ସମୟ ଅତିବାହିତ କରିବାକୁ ବିମାନର ସିଟ୍ ଏବଂ ଝରକା ସଂଖ୍ୟା ଗଣିଥିଲେ।
ଯଦି ଆଗାମୀ ଦିନରେ କେବେ ଏକାକୀ ଯାତ୍ରା କରିବାର ସୁଯୋଗ ମିଳେ ସେ କ’ଣ କରିବେ ବୋଲି ତାଙ୍କୁ ପଚରାଯାଇଥିଲା। ଏପରି କରିବାକୁ ସେ ମନା କରିଦେଇଥିଲେ। ଜୀବନରେ ଥରୁଟିଏ ଏଭଳି ଅଭିଜ୍ଞତା ଭଲ, କିନ୍ତୁ ଏହା ବିରକ୍ତିକର ମଧ୍ୟ। ପଞ୍ଜାବରୁ ବିମାନରେ ଯାଉଥିବା ଯାତ୍ରୀ ସାଧାରଣତଃ ବିମାନ ଉଡାଣ ଏବଂ ଅବତରଣ ସମୟରେ ‘ଜୋ ବୋଲେ ସୋ ନିହାଲ’ ଏବଂ ଶତ ଶ୍ରୀ ଅକାଲ’ କହିଥାନ୍ତି। ଏହାକୁ ସେ ବହୁତ ମନେ ପକାଇଲେ ବୋଲି କହିଛନ୍ତି।
ତେବେ ଓବରୟଙ୍କୁ ପ୍ରଥମେ ଏୟାର ଇଣ୍ଡିଆ ପକ୍ଷରୁ ବିମାନରେ ଯିବାକୁ ଅନୁମତି ଦେବାକୁ ମନା କରାଯାଇଥିଲା। କିନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସେମାନଙ୍କୁ ଏହା କରିବାକୁ ଅନୁମତି ଦିଆଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.