ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ସାମିଲ ହୋଇଛି। ମହାମାରୀବେଳେ ବ୍ୟକ୍ତିବିଶେଷଙ୍କ ଅସାଧାରଣ ପ୍ରୟାସ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
କରୋନା ଟିକା ପ୍ରସ୍ତୁତି ଏବଂ ଏହାର ଟ୍ରାଏଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୋଲକାତା ଜନ୍ମିତ ଦିବ୍ୟା ଚଢ଼ା ମାନେକଙ୍କୁ ଅର୍ଡର ଅଫ୍ ଦି ବ୍ରିଟିଶ୍ ଏମ୍ପାୟର(ଓବିଇ) ସମ୍ମାନ ମିଳିଛି। ଚଢ଼ା ମାନେକ ଏବେ ବ୍ରିଟିଶ ସରକାରଙ୍କ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ହେଲ୍ଥ ରିସର୍ଚ୍ଚ କ୍ଲିନିକାଲ ରିସର୍ଚ୍ଚ ନେଟ୍ଓ୍ବର୍କରେ ବ୍ୟବସାୟ ଓ ମାର୍କେଟିଂ ନିର୍ଦ୍ଦେଶକ ଅଛନ୍ତି। ତାଲିକାରେ ୩୦ରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କ ଭିତରୁ ଓବିଇ ସମ୍ମାନ ପ୍ରାପ୍ତଙ୍କ ମଧ୍ୟରେ ଶିଖ୍ ରିକଭରି ନେଟ୍ଓ୍ବର୍କର ପ୍ରତିଷ୍ଠାତା ଯଶବିନ୍ଦର ସିଂ ରାଏ ଏବଂ ଲଏଡ୍ ବ୍ୟାକିଂ ଗ୍ରୁପ୍ର ଯଶଜ୍ୟୋତ ସିଂ ରହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.