ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ମୁତାବକ ମହାରାଷ୍ଟ୍ରରେ ରହୁଥିବା ୨୧ବର୍ଷୀୟ ମୟୁର ନାମକ ଜଣେ ଭାରତୀୟ ଡେଭଲପର ଫେସ୍ବୁକର ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଏକ ବଡ଼ ତ୍ରୁଟି ବାହାର କରିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ଫେସ୍ବୁକ ତାଙ୍କୁ ପୁରସ୍କୁତ କରିଛି। ସୂଚନାଯୋଗ୍ୟ, ଯେତେବେଳେ ଉଭୟ ଆକାଉଣ୍ଟଧାରୀ ପରସ୍ପରକୁ ଫଲୋ କରନ୍ତି ସେତେବେଳେ ହିଁ ବ୍ୟକ୍ତିଗତ ଆକାଉଣ୍ଟକୁ ସେମାନେ ଇନ୍ଷ୍ଟାଗ୍ରାମରେ ଦେଖିପାରନ୍ତି। କିନ୍ତୁ ଏହି ତ୍ରୁଟି ଯୋଗୁ ଇନ୍ଷ୍ଟାଗ୍ରାମରେ କୌଣସି ବ୍ୟକ୍ତି ଅନ୍ୟ ଆକାଉଣ୍ଟର ଗୋପନୀୟତାକୁ ଅତି ସହଜରେ ଦେଖିପାରିବେ। ଫଳରେ ୟୁଜର୍ସମାନଙ୍କୁ ଗୋପନୀୟତା ନ ରହିବା ସହ ଅନ୍ୟମାନେ ଖରାପ୍ ଉଦ୍ଦେଶ୍ୟରେ ଏହାର ଫାଇଦା ମଧ୍ୟ ଉଠାଇପାରନ୍ତି। ଏପ୍ରିଲ ୧୬ରେ ଇନ୍ଷ୍ଟାଗ୍ରାମର ଏହି ସମସ୍ୟା ବିଷୟରେ ମୟୁର ଫେସ୍ବୁକକୁ ସୂଚନା ଦେଇଥିଲେ। ତେବେ ଇନ୍ଷ୍ଟାଗ୍ରାମର ଏହି ସମସ୍ୟାକୁ ଫେସ୍ବୁକ ସ୍ବୀକାର କରିବା ସହ ଏହି ତ୍ରୁଟିକୁ ସଂଶୋଧିତ କରାଯାଇଛି। ସଧାରଣତଃ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନ ହୁଏ ସେପର୍ଯ୍ୟନ୍ତ ବାଉଣ୍ଟି ହଣ୍ଟର୍ସଙ୍କୁ ଏହାକୁ ଗୁପ୍ତ ରଖିବାକୁ କୁହାଯାଇଥିଲା। ଯେପରି ଅନ୍ୟମାନେ ଏହାର ଫଇଦା ନ ଉଠାନ୍ତି। ତେବେ ମୟୁରଙ୍କ ଏହି କାର୍ଯ୍ୟ ପାଇଁ ଫେସ୍ବୁକ ତାଙ୍କୁ ବାଉଣ୍ଟି ଭାବେ ୩୦ହଜାର ଡଲାର(ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୨୨ଲକ୍ଷ ଟଙ୍କା) ପୁରସ୍କାର ରାଶିରେ ପୁରସ୍କୃତ କରିଛି। ଏନେଇ ଫେସବୁକ୍ ତାଙ୍କୁ ଇମେଲ ଜରିଆରେ ସୂଚନା ଦେଇଥିବା ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.