ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି ନିର୍ଯାତନା ଦେବା ସହ ହତ୍ୟା ମାମଲାରେ ସିଙ୍ଗାପୁରର ଏକ କୋର୍ଟ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘରୋଇ ସହାୟକଙ୍କ ଉପରେ ନିର୍ଯାତନା ମାମଲାରେ ଏହା ସିଙ୍ଗାପୁରର ଯେକୌଣସି କୋର୍ଟ ଦେଇଥିବା ସର୍ବାଧିକ ଜେଲ୍ ଦଣ୍ଡ। ଗତ ଫେବୃୟାରୀରେ ହତ୍ୟା, ଖାଦ୍ୟ ନ ଦେବା, ଚେଙ୍ଖ ଦେବା ଭଳି ୨୮ଟି ଦଫାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗାୟତ୍ରୀ ମୁରୁଗାୟାନ।
ମୃତକ ପିଆଙ୍ଗ ନାଗାଇ ଡନ (୨୪) ଜଣେ ମ୍ୟାନମାର ନାଗରିକ ଥିଲେ। ଗାୟତ୍ରୀ ଓ ତାଙ୍କ ମା’ଙ୍କ ଆକ୍ରମଣରେ ୨୦୧୬ ଜୁଲାଇ ୨୬ରେ ପିଆଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦରୁ ବେକ ହାଡ଼ ଭାଙ୍ଗିବା ଓ ବ୍ରେନ ଡ୍ୟାମେଜ ହୋଇଥିବା ଜଣାପଡ଼ିଥିଲା। ସେ ୨୦୧୫ ମେ’ରେ ଗାୟତ୍ରୀଙ୍କ ଘରେ କାମ କରିବା ପାଇଁ ସିଙ୍ଗାପୁର ଆସିଥିଲେ। ତାଙ୍କୁ ୧୪ ମାସ ଧରି ବିଧା, ଗୋଇଠା ସହ ରଡ଼ରେ ମାଡ଼ ହେଉଥିଲା। ବେଳେବେଳେ ଚେଙ୍ଖ ଦିଆଯାଉଥିଲା, ଯାହାର ଚିହ୍ନ ମୃତକଙ୍କ ହାତରେ ଦେଖିମିଳିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.