ସାଉଥାମ୍ପଟନ, ୫।୬(ପି.ଟି.)-
ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଖେଳାଳିମାନଙ୍କୁ ପରସ୍ପର ସହ ମିଶିବାକୁ ବାରଣ କରାଯାଇଛି। ୩ ଦିନିଆ କ୍ୱାରାଣ୍ଟାଇନ୍ ପରେ ଖେଳାଳିଙ୍କୁ ଏଜେସ ବାଓଲରେ ଟ୍ରେନିଂ ପାଇଁ ଅନୁମତି ମିଳିବ ବୋଲି ତାରକା ସ୍ପିନର ଅକ୍ଷର ପଟେଲ ପ୍ରକାଶ କରିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଚଳିତ ମାସ ୧୮ ତାରିଖରୁ ଏଠାରେ ଆରମ୍ଭ ହେବ। ବୁଧବାର ଏଠାରେ ପହଞ୍ଚତ୍ଥିବା ଭାରତୀୟ ଦଳ ପାଇଁ ଅଭ୍ୟାସ କରିବାକୁ ଖୁବ୍ କମ୍ ସମୟ ଅଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବା ଆରମ୍ଭ କରି ଏହାର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଉଛି।
ୟୁକେ ଆସିବା ପୂର୍ବରୁ ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନିଆ କ୍ୱାରାଣ୍ଟାଇନ୍ରେ ରହିଥିଲା। ଏଠାରେ ପହଞ୍ଚତ୍ବା ପରେ ସଂକ୍ଷିପ୍ତ ତଥା କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ”୩ ଦିନ କ୍ୱାରାଣ୍ଟାଇନ ମଧ୍ୟରେ ଆମକୁ କେହି କାହାରି ସହିତ ନ ମିଶିବାକୁ ପରାମର୍ଶ ଦିଆ ଯାଇଛି। ତେଣୁ ଶୋଇ ବିଶ୍ରାମ ନେବୁ“ ବୋଲି ବିସିସିଆଇ ପକ୍ଷରୁ ପୋଷ୍ଟ କରାଯାଇଥିବା ଭାରତୀୟ ଦଳର ଭ୍ରମଣ ସମୟର ଏକ ଭିଡିଓରେ ଅକ୍ଷର କହିଛନ୍ତି। ଗୋଟିଏ ଚାର୍ଟାର୍ଡ ବିମାନରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଇଂଲଣ୍ଡ ଯାତ୍ରା କରିଥିଲେ। ଲଣ୍ଡନରେ ପହଞ୍ଚତ୍ବା ପରେ ଭାରତୀୟ ଦଳ ୨ ଘଣ୍ଟା ବସ୍ ଯାତ୍ରା କରି ସାଉଥାମ୍ପଟନରେ ପହଞ୍ଚତ୍ଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ୟପକ୍ଷରେ ଭାରତୀୟ ଦଳ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଚଳିତମାସ ୧୬ ତାରିଖରୁ ମହିଳା ଦଳର ଅଭିଯାନ ଆରମ୍ଭ ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.