ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ କ୍ୱାରେଣ୍ଟିନରେ ରଖାଯାଇଛି। ଏପରି କି ସାଥି ଖେଳାଳିଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ। ଭାରତୀୟ ସ୍ପିନର ଅକ୍ଷର ପଟେଲ ଶୁକ୍ରାବର ଏହା ସ୍ପଷ୍ଟ କରିଛନ୍ତି। ୩ ଦିନିଆ ହାର୍ଡ କ୍ୱାରେଣ୍ଟିନ ପରେ ଖେଳାଳିଙ୍କ ଅଭ୍ୟାସ ଲାଗି ଅନୁମତି ମିଳିବ।
” ହୋଟେଲ ରୁମ୍ରେ ପହଞ୍ଚିବା ପରେ ଭଲ ନିଦ ହେଲା। ୩ ଦିନ ପର୍ଯ୍ୟନ୍ତ ପରସ୍ପରକୁ ନ ଭେଟିବା ପାଇଁ ଆମକୁ କୁହାଯାଇଛି। ଏଣୁ ଆମକୁ ସେପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ “ ବୋଲି ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ଅକ୍ଷର କହିଛନ୍ତି।
ଉଭୟ ପୁରୁଷ ଓ ମହିଳା ଦଳ ଗୋଟିଏ ଚାର୍ଟର ଫ୍ଲାଇଟରେ ଲଣ୍ଡନରେ ପହଞ୍ଚିଥିଲେ। ସେଠାରୁ ବସ୍ ଯୋଗେ ପୁରୁଷ ଖେଳାଳିଙ୍କୁ ସାଉଥାମ୍ପଟନ ନିଆଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.