ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ ମିଳିଥିବା କରୋନା ଭୂତାଣୁ ଭାରିଆଣ୍ଟ୍ ବି-୧-୬୧୭-୨କୁ ଡେଲ୍ଟା ନାମ ଦିଆଯାଇଥିବାବେଳେ ବି-୧-୬୧୭-୧ ଭାରିଆଣ୍ଟ୍କୁ କେପ୍ପା ଭାବେ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ନାମିତ କରାଯାଇଛି। ଭାରତରେ ଦେଖାଦେଇଥିବା ଷ୍ଟ୍ରେନ୍କୁ ଭାରତୀୟ ଭାରିଆଣ୍ଟ୍ ଭାବେ ନାମିତ କରାଯାଇଥିଲା। ଏନେଇ ଭାରତ ପକ୍ଷରୁ ଆପତ୍ତି କରାଯାଇଥିଲା। ସେହିପରି ଚାଇନାର ଉହାନରେ ଦେଖାଦେଇଥିବା ଷ୍ଟ୍ରେନ୍କୁ ଉହାନ୍ ଭାଇରସ୍ କୁହାଯାଇଥିବାରୁ ଏହାକୁ ବିରୋଧ କରାଯାଇଥିଲା। ତେଣୁ ଡବ୍ଲ୍ୟୁଏଚ୍ଓ ପ୍ରତି ଭାରିଆଣ୍ଟ୍କୁ ଏକ ଅକ୍ଷର ଭାବେ ନାମିତ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ବିଶେଷଜ୍ଞ ଦଳଙ୍କ ସହିତ ଦୀର୍ଘ ଆଲୋଚନା ପରେ ଏଭଳି କରିବାକୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଥିଲା। ବ୍ରିଟେନ୍ରେ ମିଳିଥିବା ଭାରିଆଣ୍ଟ୍କୁ ଆଲ୍ଫା ଏବଂ ଦକ୍ଷିଣ ଆଫ୍ରିକା ଷ୍ଟେନ୍କୁ୍ ବିଟା ଭାବେ ନାମିତ କରାଯାଇଛି। ସେହିପରି ବ୍ରାଜିଲ୍ ଭାରିଆଣ୍ଟ୍କୁ ଗାମା ଭାବେ ନାକରଣ କରାଯାଇଛି। ଆମେରିକାରେ ମିଳିଥିବା ଭାରିଆଣ୍ଟ୍ର ନାମ ଇପ୍ସିଲୋନ୍ ରଖାଯାଇଛି। ସେହିପରି ଫିଲିପାଇନ୍ସ୍ ଭାରିଆଣ୍ଟ୍କୁ ଥିଟା ଭାବେ ନାମିତ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.