ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପର ବିରୋଧରେ ଦୁଇଟି ମ୍ୟାଚ୍ ଖେଳିବେ। ବୁଧବାର ସାଉଥାମ୍ପଟଠାରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶପ୍ ଫାଇନାଲରେ ପରାଜୟ ପରେ ଖେଳାଳିମାନେ ଲଣ୍ଡନରେ ଅଛନ୍ତି। ଫାଇନାଲ ଲାଗି ଭାରତୀୟ ଦଳରେ ସ୍ଥାନ ପାଇ ନ ଥିବା ୮ ଖେଳାଳି ଗତ ସପ୍ତାହରୁ ଲଣ୍ଡନ ଚାଲି ଆସିଥିଲେ।
ଅଗଷ୍ଟ ୪ ତାରିଖରୁ ନଟିଂହାମଠାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ଡରହାମ ସ୍ଥିତ ରିଭରସାଇଡ୍ ଗ୍ରାଉଣ୍ଡରେ ଦୁଇଟି ଇଣ୍ଟ୍ରା-ସ୍କାଡ୍ ମ୍ୟାଚ୍ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ କୌଣସି ପ୍ରଥମ ଶ୍ରେଣୀ ଦଳ ସହ ଖେଳିବାକୁ ସୁଯୋଗ ଦେଇ ନାହିଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)। କୋଭିଡ୍ ପ୍ରୋଟୋକୋଲକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପାଇଁ ଅଭ୍ୟାସ ମ୍ୟାଚ୍ ବ୍ୟବସ୍ଥା କରାଯାଇ ନାହିଁ। କାଉଣ୍ଟି ଦଳକୁ ଭାରତୀୟ ଦଳ ସହ ଗୋଟିଏ ବବଲ୍ରେ ରଖିବା ସହଜ ନୁହେଁ। ଇସିବି ଖେଳାଳିଙ୍କ ସୁରକ୍ଷା ଲାଗି ବେଶ୍ ଜତ୍ନବାନ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.