ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ମହିଳା ଦଳ ଜୁନ୍ ୧୬ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏଥି ସହିତ ପୁରୁଷ ଦଳ ଜୁନ ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍ ଐତିହାସିକ ମ୍ୟାଚ ଖେଳିବାକୁ ପଡ଼ିଆକୁ ଯିବ। ଖେଳାଳିମାନେ ସାଉଥମ୍ପଟନରେ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଗସ୍ତରେ ଖେଳାଳିମାନେ ତାଙ୍କ ପରିବାରକୁ ମଧ୍ୟ ନେଇଛନ୍ତି। ଏହି ଗସ୍ତରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଅଛନ୍ତି। ଅନୁଷ୍କା ସାଉଥମ୍ପଟନ୍ର ବାଲକୋନୀରେ ଠିଆ ହୋଇଥିବା ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ସମୟରେ ବିରାଟ କୋହଲି ଏକ ବଡ଼ ଫଟୋ ଉଠାଉଥିବା ବେଳେ ଭାରତୀୟ ମହିଳା ଅଲରାଉଣ୍ଡର ହର୍ଲିନ୍ ଦେଓଲ ଏକ ମଜାଦାର କମେଣ୍ଟ ଦେଇଥିଲେ। ହର୍ଲିନ୍ ଲେଖିଛନ୍ତି ଯେ, ମୁଁ ଫଟୋଗ୍ରାଫରଙ୍କୁ ଏହି ଫଟୋ ପାଇଁ ଆଣ୍ଠୁମାଡି ଫଟୋ ଉଠାଉଥିବାର ଦେଖିଛି। ମୁଁ ଏହାକୁ ପୂର୍ଣ୍ଣ ସମର୍ପଣ କହିପାରେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.