ନୂଆଦିଲ୍ଲୀ,୫।୬: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟା ପ୍ରତି ଭାରତ ସଚେତନ ରହିଛି। ଏକ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଭିଡ଼ିଓ କନଫରେନ୍ସିଂ ଉତ୍ସବରେ ଯୋଗଦେଇ ଏଭଳି କହିଛନ୍ତି। ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ଭାରତ ପୃଥିବୀ ସମ୍ମୁଖରେ ଉଦାହରଣ ସୃଷ୍ଟି କରିଛି। ଦେଶରେ ବିକାଶ କାର୍ଯ୍ୟ ସହିତ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶ ହିଁ ଭାରତର ଲକ୍ଷ୍ୟ । ଦେଶରେ ଅର୍ଥବ୍ୟବସ୍ଥା ଏବଂ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ସମତାଳରେ ଆଗେଇ ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଜଳବାୟୁ ସଙ୍କଟର ସମାଧାନ କ୍ଷେତ୍ରରେ ଭାରତ ଏକ ଆଶାର କିରଣ ପାଲଟିଛି। ଏହା ସହିତ ବିଶ୍ୱସ୍ତରରେ ମାନବ କଲ୍ୟାଣ ଲାଗି ଏକ ବିଶ୍ୱାସନୀୟ ବନ୍ଧୁଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି। ଏକ ସୂର୍ଯ୍ୟ, ଏକ ପୃଥିବୀ ଏକ ଗ୍ରୀଡ୍କୁ ସାକାର ରୂପ ଦେଉଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସହିତ ଭାରତ ସାମିଲ ହୋଇ ଆଗେଇ ଚାଲିଛି। ଫଳରେ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ପୃଥିବୀର ଶୀର୍ଷ ୧୦ ଦେଶ ମଧ୍ୟରେ ଭାରତ ରହିଛି। ପରିବେଶ ସୁରକ୍ଷା ଅପରିହାର୍ଯ୍ୟ। ତେବେ ଏହାଦ୍ୱାରା ବିକାଶ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ଭାରତ ଉପଯୋଗେୀ ପଦକ୍ଷେପ ଗ୍ରହଣ କରି ଅନ୍ତର୍ଜାତୀୟସ୍ତରର ସ୍ବତନ୍ତ୍ର ପରିଚିତି ହାସଲ କରି ପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.