ନୂଆଦିଲ୍ଲୀ: ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। କଳାଧନ ବଢିଥିବା ରିପୋର୍ଟ ଭୁଲ୍ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସୁଇସ କର୍ତ୍ତୃପକ୍ଷ କହିଥିଲେ, ଭାରତୀୟଙ୍କ ଜମା ଗୋଟିଏ ବର୍ଷରେ ପ୍ରାୟ ୩ ଗୁଣ ବଢିଛି। କୋଭିଡ୍ ସମୟରେ ଜମାରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଇଛି। ସୁଇସ୍ ବ୍ୟାଙ୍କ କର୍ତ୍ତୃପପକ୍ଷଙ୍କ ରିପୋର୍ଟ ମୁତାବକ, ୨୦୨୦ ଶେଷ ଯାଏ ଭାରତୀୟଙ୍କ ଜମା ବୃଦ୍ଧି ହୋଇ ୨୦,୭୦୦ କୋଟି ଟଙ୍କା ଛୁଇଁଛି। ୨୦୧୯ ଶେଷ ଯାଏ ଏହା ୬୬୨୫ କୋଟି ଟଙ୍କା ରହିଥିଲା।
୨୦୨୦ ଶେଷ ଯାଏ ଜମାର ହାର ୧୩ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସୁଇସ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଏଭଳି ତଥ୍ୟ ଜାରି କରାଯାଇଥିବା ବେଳେ ଭାରତୀୟମାନେ ସେଠାରେ କେତେ କଳାଟଙ୍କା ଲୁଚାଇ ରଖିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଭାରତ ସରକାର କହିଛନ୍ତି ଯେ, ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଚାଲୁଥିବା ସଂସ୍ଥା ଦ୍ୱାରା କରିଥିବା ଜମା ସମ୍ପର୍କରେ କିଛି ସୂଚନା ସୁଇସ କର୍ତ୍ତୃପକ୍ଷ ଦେଇନାହାନ୍ତି। ଅର୍ଥ ମନ୍ତ୍ରଣାଳୟ ମୁତାବକ, ଭାରତୀୟଙ୍କ ଜମା ୨୦୧୯ରେ ନିମ୍ନ ସ୍ତରକୁ ଆସିଥିଲା। ସେହିଭଳି ଟ୍ରଷ୍ଟଗୁଡିକର ଜମା ମଧ୍ୟ ଅନେକ ପରିମାଣରେ ଖସିଛି। ବଣ୍ଡ, ସିକ୍ୟୁରିଟିଜ ଏବଂ ଅନ୍ୟ ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟରେ ଲୋକମାନେ ଅଧିକ ନିବେଶ କରିଛନ୍ତି। ଭାରତ ସରକାର ଏ ସଂକ୍ରାନ୍ତ ରିପୋର୍ଟ ଉପରେ ବିସ୍ତୃତ ତଥ୍ୟ ବର୍ତ୍ତମାନ ମାଗିଛନ୍ତି। ବିଭିନ୍ନ ଦିଗକୁ ସରକାର ତର୍ଜମା କରିବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଟିକସ ମାମଲା ସଂକ୍ରାନ୍ତ ତଥ୍ୟ ଆଦାନ ପ୍ରଦାନ ଲାଗି ଭାରତ ଏବଂ ସୁଇଜରଲାଣ୍ଡ ଚୁକ୍ତିରେ ସାମିଲ ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.