ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ କେତେକ ସ୍ବତନ୍ତ୍ର ବର୍ଗଙ୍କ ପାଇଁ ଟିକା ବ୍ୟବସ୍ଥାକୁ ଏବେ ପ୍ରାଥମିକତା ଦିଆଯାଉଛି। ବିଶେଷକରି ବୟୋଜ୍ୟେଷ୍ଠ ବୃଦ୍ଧାବୃଦ୍ଧଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ କମିଶନର ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶରେ ଜରାଶ୍ରମ ଅନ୍ତେବାସୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ବୁଧବାର ଟଙ୍କପାଣି ରୋଡ୍ ପାଣ୍ଡବନଗରସ୍ଥିତ କ୍ରିଷ୍ଣା ଓଲ୍ଡ ଏଜ୍ ହୋମ୍ର ୪୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କୁ କୋଭିଡ୍-୧୯ ପ୍ରତିଷେଧକ ଟିକା ଦିଆଯାଇଛି। ବିଏମ୍ସି ଏବଂ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଏହି ଟିକାକରଣ କରାଯାଇଛି।
ଦକ୍ଷିଣ-ପୂର୍ବ ଜୋନ୍ ପରିସରରେ ରହିଥିବା ଉକ୍ତ ଜରାଶ୍ରମର ତିନୋଟି କେନ୍ଦ୍ର ଯଥା ଟଙ୍କପାଣି ରୋଡ୍୍ ନିକଟସ୍ଥ ପାଣ୍ଡବ ନଗର କେନ୍ଦ୍ର, ପୁରୁଣା ଭୁବନେଶ୍ୱରର କେଉଟସାହି ନିକଟସ୍ଥ ଆନନ୍ଦ ଆଶ୍ରମ ଏବଂ ନୂଆଗାଁ ନିକଟସ୍ଥ କେନ୍ଦ୍ରରେ ଟିକାକରଣ ଟିମ୍ ପହଞ୍ଚତ୍ ସମସ୍ତ ଅନ୍ତେବାସୀଙ୍କୁ ଟିକା ଦେଇଥିଲେ। ଟିକା ଦେବା ପରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ଟିକାକରଣ ସରିବାର ୪୫ ମିନିଟ୍ ପର୍ଯ୍ୟନ୍ତ ଟିକାକରଣ ଦଳ ସେଠାରେ ରହି ଅନ୍ୟ କେନ୍ଦ୍ରକୁ ଯାଉଥିଲେ। ନିର୍ଭରଶୀଳ ବୟସରେ ଆମ ପାଖକୁ ଆସି ଟିକା ଦେବା ଏବଂ କୋଭିଡ୍ ଭଳି ମହାମାରୀରୁ ଆମକୁ ଦୂରେଇ ରଖିବାର ଯେଉଁ ପଦକ୍ଷେପ ବିଏମ୍ସି ପକ୍ଷରୁ ନିଆଯାଇଛି ସେଥିପାଇଁ ଆମେ କୃତଜ୍ଞ। ସରକାରଙ୍କ ଏଭଳି ପଦକ୍ଷେପ ସମାଜର ସମସ୍ତ ବର୍ଗଙ୍କ ହୃଦୟକୁ ଛୁଇଁଛି ବୋଲି ଜଣେ ଅନ୍ତେବାସୀ ତଥା ଅବସରପ୍ରାପ୍ତ ଅଧ୍ୟାପକ ପ୍ରିୟବ୍ରତ ନନ୍ଦ କହିଛନ୍ତି। । ଟିକାଦାନ ପରେ ସମୁଦାୟ ପ୍ରକ୍ରିୟାକୁ ସଂଯୋଜନା କରୁଥିବା ଦକ୍ଷିଣ ପୂର୍ବ ଜୋନ୍ର ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ ଅନ୍ତେବାସୀମାନଙ୍କ ସୁସ୍ଥତା ଏବଂ ପରିମଳ ପ୍ରତି ସତର୍କତା ଏବଂ ଜରାଶ୍ରମର ପରିଚ୍ଛନ୍ନତା ଉପରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ସହ ନିରନ୍ତର କୋଭିଡ୍ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଏମ୍ସି ଏବଂ ସ୍ବାସ୍ଥ୍ୟ ବିଭାଗର ଏହି ସହଯୋଗ ପାଇଁ କ୍ରିଷ୍ଣା ଓଲ୍ଡଏଜ୍ ହୋମ୍ର ପ୍ରତିଷ୍ଠାତା ରାଜେଶ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.