ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ୧୫ ଦିନ ମଧ୍ୟରେ ଜଣାଇବା ପାଇଁ ଅଦାଲତ ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲକର ଏବଂ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ସପ୍ତାହ ମଧ୍ୟରେ ମୂଲ୍ୟାୟନର ମାପଦଣ୍ଡ ସରକାରୀ ଭାବେ ଉପସ୍ଥାପନ କରିବା ଲାଗି ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏବଂ ସିଆଇଏସଇ୍ସିଇ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ଜେ.କେ. ଦାସଙ୍କୁ କହିଥିଲେ। ଉତ୍ତୀର୍ଣ୍ଣ ହେବା ପରେ ପିଲାମାନେ ଭାରତ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ତେଣୁ ମୂଲ୍ୟାୟନ ପଦ୍ଧତି ସମ୍ପର୍କିତ ମାପଦଣ୍ଡ ଉପସ୍ଥାପନ କରିବା ଲାଗି ଅଧିକ ସମୟ ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି। ଉକ୍ତ ମାପଦଣ୍ଡ ଦେଖିବା ପରେ କୋର୍ଟ ସେହି ଅନୁଯାୟୀ ପ୍ରତିବାଦ କରୁଥିବା କୌଣସି ପିଲାଙ୍କର ମାମଲାର ବିଚାର କରିବେ ବୋଲି କହିଛନ୍ତି। ବୋର୍ଡ ପରୀକ୍ଷା ବାତିଲ କରିବା ଭଳି ମୂଲ୍ୟାୟନ ପଦ୍ଧତି ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ମହାମାରୀ ପାଇଁ ସିବିଏସ୍ଇ ଏବଂ ସିଆଇଏସ୍ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ନିମନ୍ତେ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ଦାଏର ହୋଇଥିଲା। ସରକାର ପରୀକ୍ଷା ବାତିଲ କରିସାରିଥିବା ବେଣୁଗୋପାଳ ଖଣ୍ଡପୀଠଙ୍କୁ ଜଣାଇଥିଲେ। ତେବେ ମୂଲ୍ୟାୟନ ପାଇଁ ଉପଯୁକ୍ତ ପଦ୍ଧତି ପ୍ରସ୍ତୁତ କରିବା ଲାଗି ସିବିଏସ୍ଇ ଅଧିକ ସମୟ ଚାହୁଁଥିବା ଜଣାଇଥିଲେ। ସେହିପରି ସିଆଇଏସ୍ସିଇ ମଧ୍ୟ ଏଥିପାଇଁ ୩-୪ ସପ୍ତାହ ସମୟ ଲୋଡ଼ିଥିଲା। ଖଣ୍ଡପୀଠ ଏହାକୁ ଖାରଜ କରିଦେଇଥିଲେ।
ଆବେଦନକାରୀ ମମତା ଶର୍ମା କୋର୍ଟଙ୍କୁ ଦର୍ଶାଇଥିଲେ ସିବିଏସ୍ଇ ଏବଂ ସିଆଇଏସ୍ସିଇ ଭଳି ଅନେକ ରାଜ୍ୟ ଶିକ୍ଷାବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟ ବୋର୍ଡ ଅଧୀନରେ ପାଖାପାଖି ୧.୨ କୋଟି ଛାତ୍ରୀଛାତ୍ର ପଢ଼ୁଛନ୍ତି। ଏହି ବୋର୍ଡଗୁଡ଼ିକୁ ପରୀକ୍ଷା ବାତିଲ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମମତା ନିବେଦନ କରିଥିଲେ। ଧୈର୍ଯ୍ୟର ସହ ଅପେକ୍ଷା କର। ସିବିଏସ୍ଇ ମୂଲ୍ୟାୟନ ପଦ୍ଧତି ଉପସ୍ଥାପନ କରିବା ପରେ ଅନ୍ୟ ବୋର୍ଡ ସମ୍ପର୍କରେ ବିଚାର କରାଯିବ ବୋଲି ଖଣ୍ଡପୀଠ ତାଙ୍କୁ କହିଥିଲେ। ସୂଚନାଯୋଗ୍ୟ କୋଭିଡ୍ ମହାମାରୀ ପାଇଁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ଲାଗି ଜୁନ୍ ୧ରେ ସରକାର ନିଷ୍ପତ୍ତି ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.