ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ। ସେମାନଙ୍କୁ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆଯାଇଛି। ଏହା ଅଧୀନରେ ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍), ଆଇବି, ଡିଆର୍ଆଇ, ସିଇଆଇବି, ଇଡି, ଏନ୍ସିବି, ଏଆର୍ସି, ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ବିଏସ୍ଏଫ୍, ସିଆର୍ପିଏଫ୍, ଆଇଟିବିପି, ସିଆଇଏସ୍ଏଫ୍, ଏନ୍ଏସ୍ଜି, ଆସାମ ରାଇଫଲ୍ସ, ଏସ୍ଏସ୍ବି, ଆୟକର ଡିଜି (ତଦନ୍ତ), ଏନ୍ଟିଆର୍ଓ, ଏଫ୍ଆଇୟୁ, ଏସ୍ପିଜି, ଡିଆର୍ଡିଓ, ସୀମା ସଡ଼କ ଉନ୍ନୟନ ସଂସ୍ଥା, ଏନ୍ଏସ୍ସି, ସିବିଆଇ, ଏନ୍ଆଇଏ ଏବଂ ନାଟ୍ଗ୍ରୀଡ୍ ଆସୁଛି। ଏହି ନିୟମାବଳୀ କେନ୍ଦ୍ରୀୟ ବେସାମରିକ ସେବା (ପେନ୍ସନ) ସଂଶୋଧନ ନିୟମାବଳୀ, ୨୦୨୦ର ଅଂଶବିଶେଷ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବତନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ଯେଉଁସବୁ ବିଷୟ ପ୍ରକାଶିତ କରାଯାଇପାରିବ ନାହିଁ, ସେଗୁଡ଼ିକ ହେଲା ଉକ୍ତ ସଂଗଠନର କାର୍ଯ୍ୟକ୍ଷେତ୍ର, କୌଣସି କର୍ମଚାରୀ ଓ ତାଙ୍କ ପଦବୀର ସୂଚନା ଏବଂ ସେଠାରେ କାର୍ଯ୍ୟ କରିଥିବା ହେତୁ ହାସଲ କରିଥିବା ଅଭିଜ୍ଞତା। ଏହା ବ୍ୟତୀତ ସମ୍ବେଦନଶୀଳ ସୂଚନା, ଯାହା ପ୍ରଘଟ କଲେ ଭାରତର ସାର୍ବଭୌମତ୍ୱ ଏବଂ ସଂହତି ପ୍ରଭାବିତ ହେବ, ଯଥା ସୁରକ୍ଷା, ରଣକୌଶଳ, ଦେଶର ବୈଜ୍ଞାନିକ ଓ ଅର୍ଥନୈତିକ ସ୍ବାର୍ଥ, ବାହାର ଦେଶ ସହ ସମ୍ପର୍କ କିମ୍ବା ଯାହା ପ୍ରକାଶ କରିବା ଦ୍ୱାରା ଅପରାଧକୁ ପ୍ରୋତ୍ସାହିତ କରିବ, ସେଗୁଡ଼ିକୁ ବିନା ଅନୁମତିରେ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ କରାଯିବାକୁ ଥିବା ପ୍ରସ୍ତାବିତ ବିଷୟ ସମ୍ବେଦନଶୀଳ କି ନୁହେଁ ଏବଂ ତାହା ସଂସ୍ଥାର କାର୍ଯ୍ୟ ପରିସର ମଧ୍ୟରେ ଆସୁଛି କି ନାହିଁ ସେ ସମ୍ପର୍କରେ ସଂସ୍ଥାର ମୁଖ୍ୟଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.