ନୂଆଦିଲ୍ଲୀ, ୨୧।୬: ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଏହାର ତଦନ୍ତ ଦାବି କରିଛି। ସତ୍ୟ ପଦାକୁ ଆଣିବାକୁ ହେଲେ ଅଦାଲତଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସୁପ୍ରିମକୋର୍ଟଙ୍କ ଦାୟିତ୍ୱ ବୋଲି କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ୍ ସୁର୍ଜଓ୍ବୋଲା କହିଛନ୍ତି। ଭଗବାନ ରାମଙ୍କ ନାମରେ ସଂଗୃହୀତ ଅର୍ଥ ଲୁଟ୍ ହେଉଛି। ଏଥିରେ ଅଯୋଧ୍ୟାର ସ୍ଥାନୀୟ ନେତା ସମ୍ପୃକ୍ତ। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କ ନୀରବତାକୁ ନେଇ ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଭାଜପା ନେତା ଫେବୃୟାରୀରେ ୨୦ ଲକ୍ଷ ଟଙ୍କାରେ ଅଯୋଧ୍ୟାରେ ଜମି କିଣି ଏହାକୁ ୨.୫ କୋଟି ଟଙ୍କାରେ ରାମମନ୍ଦିର ଟ୍ରଷ୍ଟକୁ ବିକ୍ରି କରିଛନ୍ତି। ମାତ୍ର ୭୯ ଦିନରେ ଭାଜପା ନେତା ଉକ୍ତ ଜମିରୁ ୧୨୫୦ ପ୍ରତିଶତ ଲାଭ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଟ୍ରଷ୍ଟ ଗଠନ କରିଛନ୍ତି। ତେଣୁ ସତ୍ୟ ଲୋକଲୋଚନକୁ ଆଣିବା ସୁପ୍ରିମକୋର୍ଟ ଓ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ୍ର ସମସ୍ତ କାରବାରର ଅଡିଟ୍ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ରାମଙ୍କ ନାମରେ ସଂଗୃହୀତ ଚାନ୍ଦା ଲୁଟ୍ ହେଲେ ଲୋକେ କଦାପି କ୍ଷମା ଦେବେନାହିଁ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୮ରେ ଦୁଇଜଣ ରିଅଲ ଇଷ୍ଟେଟ ବ୍ୟବସାୟୀ ୨ କୋଟି ଟଙ୍କାରେ କିଣିଥିବା ଜମିକୁ ମାତ୍ର କେଇ ମିନିଟ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ୧୮.୫ କୋଟି ଟଙ୍କାରେ ବିକିଥିଲେ। ୬ ଦିନ ତଳେ ଆମ୍ ଆଦ୍ମୀ ପାର୍ଟି ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟ ନେତା ପଓ୍ବନ ପାଣ୍ଡେ ଏହି ଜମି ଦୁର୍ନୀତି ସମ୍ପର୍କରେ ଏକ ଖବରଦାତା ସମ୍ମିଳନୀକୁ ସୂଚନା ଦେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.