ଯାଜପୁର ଅଫିସ/କୋରେଇ/ପାଣିକୋଇଲି(ଡି.ଏନ.ଏ.),୧୯।୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ବେଆଇନ ବାଲି ଖାଦାନ ଅଭିଯୋଗ ସଂକ୍ରାନ୍ତରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ତଦନ୍ତ ହୋଇଛି। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପରିବେଶ ବୈଜ୍ଞାନିକ ଏମ୍. ଆର୍. ପ୍ରସାଦ, ଖଣି ବିଭାଗ ସହ ନିର୍ଦ୍ଦେଶକ ବି.କେ. ସାହୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ ବେହେରା ପ୍ରମୁଖ ଏହି ତଦନ୍ତରେ ସାମିଲ ହୋଇଥିଲେ। ୧୫ା୪ା୨୦୨୧ରେ ଏନଜିଟି ପକ୍ଷରୁ ଜଷ୍ଟିସ ବି.ଅମିତ୍ ସ୍ଥାଲେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ବାଲି ଖାଦାନ ଦ୍ୱାରା ହୋଇଥିବା କ୍ଷତି ପରିମାଣ, ପରିବେଶ କ୍ଷୟକ୍ଷତି ଆକଳନ, ନଦୀଶଯ୍ୟା, ନଷ୍ଟ ଇତ୍ୟାଦି ସମ୍ପର୍କରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲାପାଳ, ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ (ଡିଡିଏମ), ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ବୈଜ୍ଞାନିକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପ୍ରତିନିଧିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା।
ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ପାର୍ଶ୍ୱବର୍ତ୍ତୀ ମସୁଦପୁର ଗ୍ରାମର ପିନାକ ରଞ୍ଜନ ଦାସଙ୍କ ପକ୍ଷରୁ ଆଇନଜୀବୀ ଶଙ୍କରପ୍ରସାଦ ପାଣି ଏନଜିଟିରେ ଏହି ଅଭିଯୋଗ ଦାଖଲ କରିଥିଲେ। ତଦନୁସାରେ (କେସ୍ ନଂ-୪୮/୨୦୨୦/ଇଜେଡ୍)ରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀର ଗତିପଥ ବଦଳିବା, ଖରସ୍ରୋତା ବ୍ରିଜ୍ ପ୍ରତି ବିପଦ, ସ୍ଥାନୀୟ ହାଟ, ସ୍କୁଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଏହାର ପ୍ରଭାବ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ ହୋଇଛି। ଏହା ପୂର୍ବରୁ ଗ୍ରାମବାସୀ ତହସିଲଦାର ଓ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ତେଣୁ ଦାସ ବାଧ୍ୟ ହୋଇ ଏନ୍ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏନଜିଟିରେ ମାମଲା ରୁଜୁ ହେବା ପରେ ବାଲି ଲୁଟ୍ କରିଥିବା ଅଭିଯୋଗରେ ଲକ୍ଷ୍ମୀଧର ମହାନ୍ତିଙ୍କ ଉପରେ ୨୦ ହଜାର ଜରିମାନା ଓ ବ୍ୟାସନଗର ତହସିଲ ପକ୍ଷରୁ ଗଚ୍ଛିତ ବାଲିକୁ ଆକଳନ କରାଯାଇ ୧ ଲକ୍ଷ ୮୮ ହଜାର ୨୩୭ ଟଙ୍କା ଜରିମାନା କରାଯାଇଥିଲା। ମାତ୍ର ଏହି ଜରିମାନା ସୁଲାସୁତୁରାରେ କରାଯିବା ଓ ତଦନ୍ତ ସମୟରେ ଅଭିଯୋଗକାରୀ ଦାସଙ୍କୁ ଡକା ନ ଯିବା ଓ ବହୁ ଅଧିକ ପରିମାଣରେ ରାଜସ୍ବ ହାନି ହେବା ନେଇ ଏନ୍ଜିଟିରେ ପୁନଃ ଅଭିଯୋଗ ହୋଇଥିଲା। ଜିଲାପାଳ ରାଠୋର କହିଛନ୍ତି, ନଦୀରୁ ବାଲି ଉତ୍ତୋଳନର ମାପ କରାଯିବା ପରେ ଏନେଇ ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର ତହସିଲ ଅନ୍ତର୍ଗତ ସଠିପୁର ଲିଙ୍ଗେଶ୍ୱର, ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁ।, କଣ୍ଟାବଣିଆ, ସାହାଡାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଁଆଳ, ସାଲବା ଆଦି ବାଲିଘାଟରେ ବେଆଇନ ଉତ୍ତୋଳନ ବ୍ୟାପକ ହେଉଛି। ଏକାଧିକ ମେଶିନ ଲଗାଇ ନିର୍ଦ୍ଧାରିତ ପରିମାଣଠାରୁ ୧୦ଗୁଣରୁ ଅଧିକ ବାଲି ଲୁଟ୍ କରାଯାଉଛି। ଏହାକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆଇନର ଆଶ୍ରୟ ନିଆଯିବ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.