ନୂଆଦିଲ୍ଲୀ,୭।୬: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି। ସେପ୍ଟେମ୍ବର ୧୯ରୁ ଏହି ଲିଗ ଆରମ୍ଭ ହେବ। ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ମ୍ୟାଚ ଶେଷ କରିବାକୁ ବୋର୍ଡ ୨୫ ଦିନର ୱିଣ୍ଡୋ ଖୋଜୁଛି। ଅବଶିଷ୍ଟ ମ୍ୟାଚ ଶାରଜା, ଦୁବାଇ ଏବଂ ଆବୁଧାବିରେ ଅନୁଷ୍ଠିତ ହେବ।
ନିକଟରେ ବିସିସିଆଇ ଏକ ବୈଠକ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ ଭାରତ ପରିବର୍ତ୍ତେ ୟୁଏଇରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ମାମଲା ଆସିବା ପରେ ୪ ମେରେ ଏହି ଟି -୨୦ ଲିଗ ସ୍ଥଗିତ ରଖାଯାଇଥିଲା। ମୋଟ ୨୯ଟି ମ୍ୟାଚ ହୋଇଥିଲା। ୩୧ଟି ମ୍ୟାଚ ଆଉ ବାକି ଅଛି। ୨୦୨୦ର ପୁରା ୬୦ଟି ମ୍ୟାଚ ୟୁଏଇରେ ଅନୁଷ୍ଠିତ ହୋଇଥିଲା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା।
ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ
ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍
କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...
୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ
ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ...
ମ୍ୟାଚ୍ର ପ୍ରଥମ ବଲ୍ ସାମ୍ନା କରିବାକୁ ଭୟ କରୁଛନ୍ତି ଶୁଭମନ୍: ଜାଣନ୍ତୁ କାହିଁକି
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଐତିହାସିକ ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା...
ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି
ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା...


