Categories: ଖେଳ

ଆଇପିଏଲର ବଳକା ମ୍ୟାଚ୍‌ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା

ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍‌ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା ଭାଗନେବେ ନାହିଁ। କାରଣ ଆଇପିଏଲ ଦ୍ୱିତୀୟ ପର୍ଯ୍ୟାୟର ତୁରନ୍ତ ପରେ ଖେଳାଯିବାର ଅଛି ଟି୨୦ ବିଶ୍ୱକପ୍‌। ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତେବେ ସେମାନଙ୍କୁ ଫିଟ୍‌ ହେବା ଲାଗି ଯଥେଷ୍ଟ ସମୟ ମିଳିବ ନାହିଁ। ଏଣୁ ପ୍ରାୟ ବୋର୍ଡ ରିସ୍କ ନେବାକୁ ଚାହୁଁ ନାହାନ୍ତି।

“ ଆଇପିଏଲର ଚଳିତ ସଂସ୍କରଣକୁ ଯେମିତି ହେଲେ ଶେଷ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏଣୁ ଯେଉଁ ବିଦେଶୀ ଖେଳାଳିମାନେ ଉପଲବ୍ଧ ଅଛନ୍ତି, ସେମାନେ ଭାଗନେବେ। ଯେଉଁ ଖେଳାଳିମାନେ ଉପଲବ୍ଧ ହେବେ ନାହିଁ, ସେମାନଙ୍କ ପାଇଁ ଟୁର୍ନାମେଣ୍ଟ ଅଟକି ପାରିବ ନାହିଁ ” ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି।

ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଲାଗି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶାକିବ ଅଲ ହାସନ ଓ ମୁସ୍ତାଫିଜୁର ରେହମାନଙ୍କୁ ଏନ୍‌ଓସି ଦେବକୁ ମନା କରିଦେଇଛି। ସେହିଭଳି ଇଂଲଣ୍ଡ ବୋର୍ଡର ଡିରେକ୍ଟର ଅଫ୍‌ କ୍ରିକେଟ ଆଶ୍‌ଲେ ଜାଏଲ୍ସ କହିଛନ୍ତି, ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ରିକେଟ ଯୋଗୁ ଇଂଲଣ୍ଡ ଖେଳାଳିମାନେ ଆଇପିଏଲରେ ଭାଗନେବାର ସମ୍ଭାବନା ଖୁବ୍‌ କମ୍‌। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସିଏ ପକ୍ଷରୁ କୁହାଯାଇଛି। କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ) ସେପ୍ଟେମ୍ବର ୧୯ ତାରିଖରେ ଶେଷ ହେବ। ଏହାପରେ ଆଇପିଏଲରେ ଭାଗ ନେବାକୁ ଥିବା ଓ୍ବେଷ୍ଟଇଣ୍ଡିଆନ ଖେଳାଳିଙ୍କୁ ୟୁଏଇରେ ୩ ଦିନ ପାଇଁ ହାର୍ଡ କ୍ୱାରେଣ୍ଟିନରେ ରଖାଯିବ। ଏଣୁ ପ୍ରାରମ୍ଭିକ ମ୍ୟାଚ୍‌ରେ ସେମାନେ ନ ଖେଳିପାରନ୍ତି। କିନ୍ତୁ ସିପିଏଲକୁ ଗୋଟିଏ ସପ୍ତାହ ପୂର୍ବରୁ ଶେଷ କରିବା ପାଇଁ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡକୁ ବିସିସିଆଇ ଅନୁରୋଧ କରିଛି। ହେଲେ ସିଡବ୍ଲ୍ୟୁଆଇ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ।

ଯଦି ଖେଳାଳିମାନେ ବଳକା ମ୍ୟାଚ୍‌ ପାଇଁ ନ ଫେରନ୍ତି, ତେବେ ସେମାନଙ୍କୁ ପ୍ରାୟ ଅଧା ଟଙ୍କା ହରାଇବାକୁ ପଡ଼ିବ ବୋଲି ଏକ ଆଇପିଏଲ ଫ୍ରାଞ୍ଚାଇଜର ଜଣେ ଅଫିସିଆଲ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.