ତେହରାନ, ୩ା୬: ଇରାନ ନୌସେନାର ବୃହତ୍ତମ ଯୁଦ୍ଧ ଜାହାଜରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବା ସହ ଏହା ଗଲ୍ଫ ଅଫ୍ ଓମାନରେ ବୁଡ଼ିଯାଇଛି। ଏପରି ଘଟିବା ପଛର କାରଣ ଜଣାପଡିନାହିଁ। ଏକ ଦ୍ୱୀପର ନାଁ ଅନୁସାରେ ଜାହାଜର ନାମ ଖର୍ଗ ରଖାଯାଇଥିଲା। ଏହା ଇରାନ ପାଇଁ ମୁଖ୍ୟ ତୈଳ ଟର୍ମିନାଲ ଭାବେ କାମ କରୁଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ସତ୍ତ୍ୱେ ଅଗ୍ନିଶମ ଅଧିକାରୀ ବିଫଳ ହୋଇଥିଲେ। ଫଳରେ ଜାହାଜଟି ଇରାନ ବନ୍ଦର ଜାସ୍କ ନିକଟରେ ବୁଡ଼ିଯାଇଥିଲା। ତେବେ ଜାହାଜ ଚାଳକଙ୍କ ସମେତ ସେଥିରେ ଥିବା ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଜାହାଜ ଜଳୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ମହାକାଶ ସାଟେଲାଇଟ ଏହାର ଫଟୋ ଉତ୍ତୋଳନ କରିଛି। ଏହି ଜାହାଜ ୧୯୭୭ ମସିହାରେ ବ୍ରିଟେନରେ ନିର୍ମିତ ହୋଇଥିଲା। ୧୯୮୪ ମସିହାରେ ଏହା ଇରାନ ନୌସେନାରେ ସାମିଲ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.